କାଳିଆ ମହାଘୋଟଲା ଖୁଲାଶା ପରେ ଚେତିଲା ବିଭାଗ :ବଡବଡିଆ ଙ୍କ ଆକାଉଂଟକୁ ଯାଇଥିବା ଟଙ୍କା ଫେରସ୍ତ ଅଣାଯିବ :କୃଷି ସଚିବ ସୌରଭ ଗର୍ଗ

ବ୍ୟୁରୋ :(ଗୋପାଳ ଚନ୍ଦ୍ର )କୃଷି କଲେ ଉର୍ନତି ସକଳ ଉର୍ନତି ର ନାରା ଦେଇ ଆରମ୍ଭ ହେଇଥିବା କାଳିଆ ଯୋଜନାରେ ଲାଗିଯାଇଥିଲା କଳା I ପ୍ରକୃତ ହିତାଧିକାରୀ ବଦଳରେ ପଇସା ଯାଇଥିଲା ମନ୍ତ୍ରୀ ନିରଞ୍ଜନ ପୂଜାରୀ ,ହଲ ମାର୍କ ସୁନାର ମାଲିକ ଓମ ପ୍ରକାଶ ମିଶ୍ର ,ଶକ୍ତି ମନ୍ତ୍ରୀ ଙ୍କ ଭାଇ ,ପରିବହନ ମନ୍ତ୍ରୀ ଙ୍କ ଭାଇ ,ପୂର୍ବତନ କୃଷିମନ୍ତ୍ରୀ ଙ୍କ ଭାଇ ,ପୁତୁରା….ଇତ୍ୟାଦି ଙ୍କ ଖାତାକୁ I ଏମାନେ ସମସ୍ତେ କାଳିଆ ଯୋଜନାରେ ହିତାଧିକାରୀ ଭାବରେ ଲିଷ୍ଟ ରେ ସ୍ଥାନ ପାଇଥିଲେ ଏବଂ କେତେକଙ୍କ ଆକାଉଣ୍ଟସ କୁ ମଧ୍ୟ ପଇସା ଟ୍ରାନ୍ସଫର ହେଇଥିଲା ଯାହାକୁ ନେଇ ତଥ୍ୟ ସହିତ ଉପସ୍ଥାପନ କରିଥିଲା ଏକ ଗଣମାଧ୍ୟମ I

ଏହାପରେ ନିରପେକ୍ଷ ଭାବରେ ସମସ୍ତ ଘଟଣାକୁ ସୋସିଆଲ ମିଡିଆରେ ଲୋକଙ୍କ ପାଖରେ ପହଂଚାଇଥିଲା ୱେବ ଚାନେଲ ଓଡିଶା ଏକ୍ସକ୍ଲୁସିଭ ଯାହାକି ସାରା ରାଜ୍ୟରେ ଚହଳ ପକାଇଥିଲା

I ଏନେଇ ବିରୋଧୀ ମଧ୍ୟ ଶାଣିତ କଟାକ୍ଷ କରିଥିଲେ ସରକାର ଙ୍କୁ I ତେବେ ଘଟଣାର 24ଘଣ୍ଟା ପରେ ଚେତା ପଶିଚି ବିଭାଗ ର I ଗତକାଲି କାଳିଆ ୱେବ ସାଇଟରୁ କିଛି ସମୟ ପର୍ଯ୍ୟନ୍ତ ସମସ୍ତ ଡାଟା କୁ ଲୁଚାଇ ଦିଆଯାଇଥିଲା ଏବଂ ଏହାକୁ ନେଇ ତର୍ଜମା ଜାରି ରହିଛି I ୟା ମଧ୍ୟରେ କୃଷି ସଚିବ ସୌରଭ ଗର୍ଗ ସୂଚନା ଦେଇ କହିଛନ୍ତି ଯେ ପ୍ରଭାବଶାଳୀ ଏବଂ ବଡବଡିଆଙ୍କ ଆକାଉଂଟକୁ ଯେଉଁ ଭୁଲବଶତ ଟଙ୍କା ଯାଇଛି ତାହାକୁ ତୁରନ୍ତ ଫେରେଇ ଆଣିବାକୁ ଉଦ୍ୟମ କରାଯାଉଛି I

ପାଖାପାଖି 22ଲକ୍ଷ ଲୋକଙ୍କ ଖାତାକୁ ଟଙ୍କା ଯାଇଥିବା ବେଳେ ସମସ୍ତ ହିତାଧିକାରୀ ଙ୍କ ବିଷୟରେ ସମ୍ପୂର୍ଣ୍ଣ ଖୋଳତାଡ କରାଯାଉଛି I ଯେଉଁମାନେ ଯୋଗ୍ୟ ନଥିବେ ସେମାନଙ୍କ ଖାତାରୁ ଟଙ୍କା ଫେରେଇ ଅଣାଯିବ I

Leave a Reply

Your email address will not be published. Required fields are marked *