ନାଥୁରାମକୁ ବଳିଗଲେ ହିନ୍ଦୁ ମହାସଭାର ମହିଳା ନେତ୍ରୀ :ବାପୁଙ୍କ ପ୍ରତିମୁର୍ତିକୁ ଏୟାର୍‌ ଗନ୍‌ ସଟ୍‌ ମାରି ମୃତ୍ୟୁ ବାର୍ଷିକୀ ପାଳିଲେ

ସ୍ୱାଧୀନ ଦେଶର ସେ ଜନନାୟକ I ପୁରୁଷ ନୁହନ୍ତି ସେ ହେଉଛନ୍ତି ମହାପୁରୁଷ I ଯେ ପର୍ଯ୍ୟନ୍ତ ଭାରତର ଅବସ୍ଥିତି ଥିବ ସେ ପର୍ଯ୍ୟନ୍ତ ବାପୁଙ୍କ ସ୍ମୃତି ଲୋକମାନଙ୍କ ସାଙ୍ଗରେ ଥିବ I ତେବେ ୧୯୪୮ ମସିହା ଜାନୁଆରି ୩୦ ତାରିଖ ରେ ନାଥୁରାମ ଗଡସେ ଗାନ୍ଧୀଙ୍କୁ ହତ୍ୟା କରିଥିଲା ଯେଉଁଥିପାଇଁ ଏହି ଦିନ କୁ ‘ସୌର୍ଯ୍ୟ ଦିବସ’ ଭାବେ ପାଳନ କରାଯାଇଥାଏ I ତେବେ ଗତକାଲି ନୌରଙ୍ଗାବାଦ ଅଞ୍ଚଳସ୍ଥିତ ଏକ ସଭାରେ ମହାତ୍ମା ଗାନ୍ଧୀଙ୍କର ଏକ ପ୍ରତିକୃତି ଉପରକୁ ହିନ୍ଦୁ ମହାସଭାର ଜାତୀୟ ସଚିବ ପୂଜା ଶକୁନ ପାଣ୍ଡେ ଗୁଳି ଚଳାଇ ‘ସହିଦ ଦିବସ’ ମନାଇଥିଲେ I

ଏହାର ଭିଡିଓ ଭାଇରଲ ହେବାପରେ ସବୁ ମହଲରୁ ତୀବ୍ର ନିନ୍ଦା ସହିତ ଘଟଣାକୁ ସମାଲୋଚନା କରାଯାଇଥିଲା I
ଶକୁନ ଙ୍କ ସମେତ 13ଜଣଙ୍କ ନାମରେ ଏନେଇ ଥାନାରେ ଏତଲା ଦିଆଯାଇଛି ,ପୋଲିସ ପକ୍ଷରୁ ଘଟଣାର ତଦନ୍ତ ଜାରି ରହିଛି I

Leave a Reply

Your email address will not be published. Required fields are marked *