ନାବାଳିକା ପ୍ରେମିକା କୁ ଘଞ୍ଚ ଜଙ୍ଗଲ ର ଗୁମ୍ଫା ଭିତରେ ୨୩ ଦିନ ପର୍ଯ୍ୟନ୍ତ ଲୁଚାଇ ରଖି ଦୁଷ୍କର୍ମ କରୁଥିଲା ପ୍ରେମିକ

ବ୍ୟୁରୋ (ଉପସ୍ଥାପନା :ରାଜେଶ ):କୁହାଯାଏ ପ୍ରେମ ଶାଶ୍ୱତ ଚିରନ୍ତନ I ପ୍ରେମରେ ଈଶ୍ୱର ମିଳିଥାନ୍ତି I କିନ୍ତୁ ଆଜିକାଲିକା ଯୁଗରେ ପ୍ରେମ ଯେମିତି କେବଳ ନିଜର ଦୈହିକ କାମନା ର ପୂରଣ ପାଇଁ ଉଦ୍ଧିଷ୍ଟ ହେଇଗଲାଣି I ପ୍ରେମ ର ସଂଜ୍ଞା ଶାରୀରିକ ସମ୍ପର୍କ ରେ ବଦଳିଗଲାଣି I ଆଉ ଏହାର ଶିକାର ହେଉଛନ୍ତି ନିରୀହ ନାବାଳିକା ମାନେ I ଏମିତି ଏକ ଘଟଣା ଘଟିଛି କେରଳର ଇଡୁକ୍କୁ ଜିଲା କୁମିଲୀ ପଞ୍ଚାୟତରେ I ଏହି ପଂଚାୟତର ଜର୍ଜ ଓରଫ ଅପ୍ପୁକୁଟ୍ଟନ(୨୧ ବର୍ଷ) ନାମକ ଜଣେ ଯୁବକ ଏକ ଫାର୍ମ ହାଉସ ରେ କାମ କରୁଥିଲେ I ଫାର୍ମ ହାଉସ ର ମାଲିକଙ୍କ ନିରୀହ ନାବାଳିକା ଝିଅକୁ ଭଲପାଇ ବସିଥିଲେ

I ସମ୍ପର୍କ ଏତେ ଆଗକୁ ବଢିଯାଇଥିଲା ଯେ ଦୁହେଁ ଘର ଛାଡି ପଳାଇଥିଲେ I ତେବେ ଏନେଇ ଝିଅର ବାପା ଥାନାରେ ଏତଲା ଦେବାପରେ ପ୍ରେମିକ ନାମରେ ପୋକସ ଆକ୍ଟ ଲାଗୁହେଇଥିଲା I ଏହା ଜାଣିବା ପରେ ଭୟରେ ପ୍ରେମିକ ଜଣକ ନାବାଳିକା ପ୍ରେମିକା କୁ ଜଙ୍ଗଲ ଭିତରକୁ ନେଇ ଚାଲିଯାଇଥିଲା I

ଏକ ବଡ ଗୁମ୍ଫା ରେ ଦୁହେଁ ରହୁଥିଲେ ଏବଂ ଜଙ୍ଗଲରେ ମିଳୁଥିବା ଖାଦ୍ୟ ଖାଇଥିଲେ I ପୋଲିସ ଖୋଜି ଖୋଜି ଶେଷରେ ଦୁହିଁଙ୍କୁ ଧରିଥିଲା I ତେବେ ଖାଦ୍ୟ ଠିକସେ ଖାଈନଥିବାରୁ ଉଭୟଙ୍କ ଶରୀର ଅସୁସ୍ଥ ହେଇପଡିଥିଲା I ପ୍ରେମିକ କୁ ଗିରଫ କରାଯାଇ ନାବାଳିକା କୁ ପରିବାରରେ ଛଡା ଯାଇଥିଲେ ମଧ୍ୟ ତାକୁ ପରିବାର ଲୋକେ ଗ୍ରହଣ କରିନଥିଲେ I

ଶେଷରେ ଚାଇଲଡ ରୁମ ରେ ରହିଥିଲା ପ୍ରେମିକା I ପ୍ରେମିକ ଏବଂ ପ୍ରେମିକାର ଡାକ୍ତରୀ ମାଇନା ମଧ୍ୟ ହେଇଚି ଏବଂ ଉଭୟଙ୍କୁ ପୋଲିସ ପଚରାଉଚରା କରି ତଦନ୍ତ ଜାରି ରଖିଛି I ତେବେ ଜଣାପଡିଛି କି ପ୍ରେମିକ ଜଣଙ୍କ ନାବାଳିକା ପ୍ରେମିକା କୁ ଜଙ୍ଗଲ ଭିତରେ ପ୍ରାୟ 23ଦିନ ମଧ୍ୟରେ 200ଥର ରୁ ଉର୍ଧ ଦୁଷ୍କର୍ମ କରିଛି I

Leave a Reply

Your email address will not be published. Required fields are marked *