ପ୍ରତି ବର୍ଷ ଚାଷୀଙ୍କୁ ମିଳିବ 6ହଜାର ଟଙ୍କା I ରାଜ୍ୟ କାଳିଆ କୁ ଟକ୍କର ଦେବ କେନ୍ଦ୍ର ର କିଷାନ ସମ୍ମାନ ନିଧି ଯୋଜନା

ଆଗକୁ ଆସୁଛି ନିର୍ବାଚନ I ପ୍ରତ୍ୟକ ରାଜନୈତିକ ଦଳ ନିଜ ନିଜର ରାଜନୈତିକ ଅଙ୍କ କଷୁଥିବା ବେଳେ ମୁଖ୍ୟ ଭୂମିକା ନିଭାଉଛନ୍ତି କୃଷକ ବା ଚାଷୀ I ଚାଷୀଙ୍କ ପାଇଁ ନୂଆ ଯୋଜନା କରି ସନ୍ତୁଷ୍ଟ କରିବାକୁ ସମସ୍ତେ ଚାଁହୁଛନ୍ତି I ଗୋଟେପଟେ ରାଜ୍ୟରେ ଚାଷୀଙ୍କ ପାଇଁ କାଳିଆ ଯୋଜନା ଲାଗୁ ହେଇଥିବା ବେଳେ ଆଜି କେନ୍ଦ୍ର ସରକାର ଙ୍କ ଶେଷ ବଜେଟ ଥିଲା I ଆଶା କରାଯାଉଥିଲା କିଛି ସ୍ୱତନ୍ତ୍ର ହେବ I ତେବେ ଅର୍ଥମନ୍ତ୍ରୀ ଆଣିଛନ୍ତି ଚାଷୀଙ୍କ ପାଇଁ ନୂଆ ଉପହାର I ପ୍ରତି ଚାଷୀକୁ ପ୍ରତି ବର୍ଷ ୬ ହଜାର ଟଙ୍କା ମିଳିବ Iଏହା ର ନାମକରଣ ରହିଛି କିଷାନ ସମ୍ମାନ ନିଧି ଯୋଜନା I ସିଧାସଳଖ କୁହାଯାଇପାରେ ଯେ ରାଜ୍ୟ ସରକାର ଙ୍କ କାଳିଆ ଯୋଜନା କୁ କେନ୍ଦ୍ର ସରକାର ଙ୍କ କିଷାନ ସମ୍ମାନ ନିଧି ଯୋଜନାI ଏହା ବ୍ୟତୀତ ଚାଷୀଙ୍କ ପାଇଁ ଅନ୍ୟାନ୍ୟ ଘୋଷଣା ମଧ୍ୟ କରାଯାଇଛି I ତେବେ ଏହି ଯୋଜନାରେ ହିତାଧିକାରୀ ହେବାକୁ ହେଲେ ଅତି କମରେ 2ହେକ୍ଟର ଜମି ଥିବା ଆବଶ୍ୟକ I

Leave a Reply

Your email address will not be published. Required fields are marked *