ମାଲକାନଗିରି ନଦୀ ପଠାରେ ବାଲିରୁ ବାହାରୁଛି ସୁନା :ଗାଁ ର ସବୁ ଲୋକେ ମାସକୁ 2ଲକ୍ଷ ପାଖାପାଖି ପାଉଛନ୍ତି ସୁନା ବିକିକି

ସାଧାରଣତଃ ସୁନା ପ୍ରତି ସମସ୍ତଙ୍କର ଦୁର୍ବଳତା ରହିଆସିଛି I ବଜାରରେ ମଧ୍ୟ ସୁନାର ମୂଲ୍ୟ ଯଥେଷ୍ଟ ଅଧିକ ରହିଛି I ଵର୍ତମାନ ବଜାର ଦର ଅନୁଯାଇ ୧୦ଗ୍ରାମ ବା ଭରି ପ୍ରତି ପାଖାପାଖି ୩୪ହଜାର ରହିଛି । ସବୁଠାରୁ ଦାମିକା ବା ମୂଲ୍ୟବାନ ଭବେ ସୁନାକୁ ଜଣାଯାଏ I ତେବେ ଯଦି କୁହାଯାଏ କି ନଦିବାଲିରେ ସୁନା ମିଳୁଛି ,କଣ ଆପଣ ଚକିତ ହେଇଯାଉଛନ୍ତି କି ?? ହଁ ଆଜ୍ଞା ବିଶ୍ୱାସ ନହେଲେ ବି କଥାଟି ଏକଦମ ସତ I ତାହା ପୁଣି ଆମ ଓଡ଼ିଶାରେ I

ଘଟଣାଟି ଯାହା ମାଲକାନଗିରି ର ସାବେରୀ ନଦୀ ପଠାରେ I ଏହି ନିକଟବର୍ତୀ ଅଞ୍ଚଳ ସୁନାଝରିଆ ଗାଁବାସୀ ନଦୀ ପଠାରୁ ସୁନା ପାଉଛନ୍ତି ଏବଂ ତାହା ପୁଣି ବାଲିର ରଗଡା ରୁ I ତେବେ ସୂଚନା ଅନୁଯାଇ ଗାଁ ଲୋକେ ନଦୀ ଭିତରୁ ବାଲି କୁ ଆଣି ଭଲଭାବରେ ଧୁଅନ୍ତି I

ବାଲି ଧୋଇବା ପରେ ବାଲିର ଶେଷ ଭାଗରେ ସରୁସରୁ କଣିକା ରହିଥାଏ ଯାହାକି ଝଟକୁଥାଏ ଏହା ହେଉଛି ସୁନାର କଣିକା I ଗାଁଲୋକେ ଏହାକୁ ସଂଗ୍ରହ କରି ସୁନା ଦୋକାନରେ ବିକି ଭଲ ପଇସା ରୋଜଗାର କରିଥାନ୍ତି I ପାଖାପାଖି ଦିନକୁ ଏକ ଗ୍ରାମ ରୁ ଦୁଇ ଗ୍ରାମ ଯାଏଁ ଜଣଙ୍କୁ ମିଳିଥାଏ I ଯାହାର ବଜାର ଦାମ 4ହଜାର ରୁ 8ହଜାର ପର୍ଯ୍ୟନ୍ତ I ତେବେ ପ୍ରତ୍ୟକ ଦିନ ସୁନା ମିଳୁଥିବାରୁ ମାସିକ 40/50ଗ୍ରାମ ସୁନା ମିଳିଯାଇଥାଏ I ଏନେଇ ଜିଲ୍ଲାପାଳ କହିଛନ୍ତି କି ପରିସ୍ଥିତି ର ଅନୁସନ୍ଧାନ କରାଯାଉଛି I କେଉଁଠୁ ସୁନା କଣିକା ଆସୁଛି I

ତେବେ ଅନୁମାନ କରାଯାଉଛି କି ଓଡ଼ିଶାରେ ସେହି ନିକଟବର୍ତୀ ଅଂଚଳରେ କେଉଁଠି ନା କେଉଁଠି ସୁନା ରହିଛି I ଅଧିକ ଅନୁସନ୍ଧାନ କଲେ ଜଣାପଡିବ I

Leave a Reply

Your email address will not be published. Required fields are marked *