ପ୍ରେମିକ ସହିତ ଚୋରା ପୀରତି ଝିଅ ଦେଖିଦେବାରୁ ଗଳା ଚିପି 10ବର୍ଷର ଝିଅକୁ ମାରିଦେଲା ମା

ଦୁନିଆର ସବୁଠୁ ବିଶ୍ୱାସ ଏବଂ ଭରଷା ଯୋଗ୍ୟ ଶବ୍ଧ ହେଉଛି ମା I କୌଣସି ମା କଣ କେବେ ତା ସନ୍ତାନକୁ ମାରିପାରେ ??ଏକଥା ବିଶ୍ୱାସଯୋଗ୍ୟ ହେବନି କିନ୍ତୁ ହଁ ଆଜ୍ଞା କଥାଟି ସମ୍ପୂର୍ଣ୍ଣ ସତ I ଘଟଣାଟି ଘଟିଛି ହରିୟାଣାର କରନାଲରେ I ନିଜ ଝିଅର ତଣ୍ଟି ଚିପି ହତ୍ୟା କରିଛି ମା I ମିଳିଥିବା ସୂଚନା ଅନୁଯାଇ ବିବାହିତ ମହିଳା ଲକ୍ଷ୍ମୀ ଙ୍କର ୧୦ବର୍ଷ ବୟସ୍କ ସୋନମ ଚତୁର୍ଥଶ୍ରେଣୀରେ ପାଠ ପଢେ ଏବଂ ସ୍ୱାମୀ ବାହାରେ ରୁହନ୍ତି I ଲକ୍ଷ୍ମୀ ଙ୍କ ଆଉ ଜଣେ ବିବାହିତ ପୁରୁଷ ଅମିତ ସହିତ ପ୍ରେମ ହେଇଯାଇଥିଲା I ଘରେ କେହି ନଥିବା ସମୟରେ ଉଭୟ ଚୋରା ପୀରତିରେ ମର୍ଜ୍ଜି ଯାଉଥିଲେ I ତେବେ ଅଚାନକ ଦିନେ ସ୍କୁଲ ରୁ ଝିଅ ସୋନମ ଫେରି ଆସିବା ବେଳେ ଦେଖିବାକୁ ପାଇଥିଲା କି ନିଜ ମାର ପାପ କାମ I

ଏଥିରେ ମା ଲକ୍ଷ୍ମୀ ଏବଂ ପ୍ରେମିକ ଧରାପଡିଯିବା ଭୟରେ ଝିଅକୁ ତଣ୍ଟି ଚିପି ମାରିଦେଇଥିଲେ I ପରେ ଘଟଣା ଧରାପଡ଼ିବା ପରେ ପୋଲିସ ଉଭୟଙ୍କୁ ଗିରଫ କରିଛି I

Leave a Reply

Your email address will not be published. Required fields are marked *