ଭିନ୍ନକ୍ଷମ ନାବାଳିକାକୁ ଦୁଷ୍କର୍ମ କରିବା ପଡିଲା ,ଦୁଷ୍କର୍ମକାରୀ କୁ ପିଟିପିଟି ମାରିଦେଲେ ଗ୍ରାମବାସୀ କେନ୍ଦୁଝର ରେ

ଦିନକୁ ଦିନ ଦୁଷ୍କର୍ମ ବଢ଼ିବାରେ ଲାଗିଛି I ତେବେ ସବୁଠୁ ବଡ କଥା ହେଉଛି ଏହାର ଶିକାର ହେଉଛନ୍ତି ନାବାଳିକା ମାନେ I ସଚେତନ କଲେ ମଧ୍ୟ ଦୁଷ୍କର୍ମକାରୀ ଙ୍କ ମାନସିକ ରେ ପରିବର୍ତନ ଆସୁନି I ତେବେ ଦୁଷ୍କର୍ମ ପାଇଁ ଯେ ଜୀବନ ଚାଲିଯିବ ଏକଥା ଭାବିନଥିଲେ ଗଣେଶ I ଘଟଣାଟି ଘଟିଛି କେନ୍ଦୁଝର ଜିଲ୍ଳା ବାମେବାରୀ ଥାନା ଅନ୍ତର୍ଗତ ଦବୁନା ଅଂଚଳରେ । ପ୍ରାପ୍ତ ସୂଚନା ଅନୁଯାଇ ଏହି ଗ୍ରାମର ନାବାଳିକା ର ବାପାମା ବାହାରକୁ ଯାଇଥିବା ବେଳେ ଘରେ କେବଳ ଭିର୍ଣ୍ଣକ୍ଷମ ଝିଅ ଥିଲା I ଏକାକୀ ର ସୁଯୋଗ ନେଇ ସେହି ଗ୍ରାମର ଗଣେଶ ନାବାଳିକା କୁ ଜୋରଜବରଦସ୍ତ ଦୁଷ୍କର୍ମ କରିଥିଲା

I ଝିଅଟି ଯେତେ ଅନୁରୋଧ କଲେ ମଧ୍ୟ ଗଣେଶ ଛାଡ଼ିନଥିଲା I ଦୁଷ୍କର୍ମ କରି ଚାଲିଯାଇଥିଲା I ଝିଅର ବାପାମା ଘରେ ପହଁଚି ଝିଅକୁ ଏପରି ଅବସ୍ଥାରେ ଦେଖି ରାଗିଯାଇଥିଲେ I ପରେ ଅଭିଯୁକ୍ତ ଗଣେଶ ବୋଲି ଜଣାପଡିବା ପରେ ଗାଁ ବାସି ତାକୁ ଏକ ଗଛରେ ବାନ୍ଧିଦେଇଥିଲେ

I ସମସ୍ତେ ରାଗରେ ତାକୁ ପିଟୁ ପିଟୁ ମାରିଦେଇଥିଲେ I ଘଟଣା ସମ୍ପର୍କ ରେ ପୋଲିସ ଖବର ପାଇ ଯୁବକ କୁ ଉଦ୍ଧାର କରିଥିଲେ ମଧ୍ୟ ଅତ୍ୟଧିକ ମାଡ ହେତୁ ଯୁବକର ଜୀବନ ଚାଲିଯାଇଛି I

Leave a Reply

Your email address will not be published. Required fields are marked *