ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଲେ ନେପାଳ-ଭୁଟାନ ଭାରତର ଅଂଶ

ନିଜର ବିବାଦୀୟ ବୟାନ ପାଇଁ ସବୁବେଳେ ଚର୍ଚାରେ ରହିଥାନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ I ତେବେ ନିକଟରେ ପୁଣିଥରେ ଡୋନାଲ୍ଡ ଟ୍ରମ୍ପ ଭାରତ କୁ ନେଇ ଏକ ମନ୍ତବ୍ୟ ଦେଇଛନ୍ତି ଯାହାକି ଏବେ ଚର୍ଚ୍ଚା ଜୋର ଧରିଛି I ଏକ ବୈଠକ ରେ ଟ୍ରମ୍ଫ କହିଛନ୍ତି କି ନେପାଳ ଓ ଭୁଟାନ ଉଭୟ ହେଉଛି ଭାରତର ଅଂଶ I ବୈଠକ ସମୟରେ ଟ୍ରମ୍ପ କହିଥିଲେ କି ପୂର୍ବରୁ ନେପାଳ ଭାରତର ଏକ ଅଂଶ ଥିଲା କିନ୍ତୁ ଏହାକୁ ଉପସ୍ଥିତ ଥିବା ଅଧିକାରୀମାନେ ମନାକରିଥିଲେ ଏବଂ କହିଥିଲେ କି ଏହା ଏକ ସ୍ବତନ୍ତ୍ର ଦେଶ ।ଏହାପରେ ପୁଣିଥରେ ଭୁଟାନକୁ ମଧ୍ୟ ଭାରତର ଅଂଶ ବୋଲି କହିଥିଲେ I ଏହା ଶୁଣିବା ପରେ ଉପସ୍ଥିତ ଲୋକମାନେ ହସିବାରୁ ରାଗିଯାଇଥିଲେ ଟ୍ରମ୍ଫ ଏବଂ କହିଥିଲେ କି ମୁଁ ଯାହା କହୁଛି ଠିକ I ମୋ ସହିତ ଅସହମତି ହୁଅ ନାହିଁ I

Leave a Reply

Your email address will not be published. Required fields are marked *