କାଳିଆ ଯୋଜନା ପରେ ଆସୁଛି କାଳିଆ ଛାତ୍ରବୃତ୍ତି

କାଳିଆ ଯୋଜନା ପରେ ଆଉ ଏକ ମାଷ୍ଟର ଷ୍ଟ୍ରୋକ ଖେଳୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।ଏହି ଯୋଜନାର ଲୋକପ୍ରିୟତାକୁ ଦୃଷ୍ଟିରେ ରଖି ଏହାକୁ କେବଳ ପ୍ରସାରିତ କରିନାହାନ୍ତି।ଏହି ନା ରେ ନୂଆ ଏକ ଯୋଜନା ଆରମ୍ଭ କରିଛନ୍ତି।ଯେଉଁଥିରେ ଚାଷୀ ପିଲାଙ୍କ ପାଇଁ ବୃତ୍ତି ମିଳିବାର ବ୍ୟବସ୍ଥା ରହିଛି।କେନ୍ଦୁଝରରେ ଆୟୋଜିତ କାଳିଆ କାର୍ଯ୍ୟକ୍ରମକୁ ଆସିଥିଲା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସଂକ୍ରାନ୍ତରେ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସମାବେଶ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।ଏଥିରେ ସେ ଘୋଷଣା କରିଛନ୍ତି ଚାଷୀ ପରିବାରର ପିଲାମାନେ ବୃତ୍ତିଗତ ଉଚ୍ଚଶିକ୍ଷା ପାଇବାକୁ ସହଯୋଗ କରିବେ ରାଜ୍ୟ ସରକାର।ଏଥିପାଇଁ ଚାଷୀ ପରିବାରର ପିଲାମାନଙ୍କ ଉଚ୍ଚ ଶିକ୍ଷା ପାଇଁ ବୃତ୍ତି ଅର୍ଥ ଯୋଗାଇ ଦେବେ।ରାଜ୍ୟ ସରକାର ଙ୍କ ଦ୍ଵାରା ଆରମ୍ଭ ହୋଇଥିବା କାଳିଆ ଯୋଜନାର ହିତାଧକାରୀଙ୍କ ପରିବାରର ପିଲାମାନେ ଡାକ୍ତର,ଇଂଜିନିୟର,ମ୍ୟାନେଜର ଓ ଆଇନଞ ହେବାପାଇଁ ପାଠ ପଢିବାକୁ ସରକାର ସହଯୋଗ କରିବେ।ଏହି କାର୍ଯ୍ୟକ୍ରମରେ ମେଧାବୀ ପିଲାଙ୍କୁ ଚିହ୍ନଟ କରି ସରକାରୀ ବୃତ୍ତିଗତ କଲେଜରେ ନାମ ଲେଖାଇବା ସହ ପାଠପଢ଼ା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।ଆଗାମୀ ଭୋଟରେ ଚାଷୀ ବଡ଼ ପ୍ରସଙ୍ଗ ହେବାକୁ ଯାଉଥିବାରୁ ମୁଖ୍ୟମନ୍ତ୍ରୀ ପୁଣି ନିଜ ପେଡିରୁ ନୂଆ ଯୋଜନା କଢ଼ିଛନ୍ତି।

Leave a Reply

Your email address will not be published. Required fields are marked *