ସାଥି କୁକୁର ହସ୍ପିଟାଲରେ ଚିକିତ୍ସା ହେଉଛି ଅନ୍ୟଜଣେ ଆସିଷ୍ଟାଣ୍ଡ ଙ୍କ ଭଳି ଜଗି ରହିଛି

କୁକୁର ହେଉଛି ସବୁଠାରୁ ବିଶ୍ୱସ୍ତ ଯିବ I ମଣିଷର ହାବଭାବ କୁ ସହଜରେ ବୁଝିପାରେ କୁକୁର I ସେଥିପାଇଁ ତ ମଣିଷ କୁକୁର କୁ ଏତେ ଭଲପାଏ I ତେବେ ସୋସିଆଲ ମିଡିଆରେ ଭାଇରଲ ହେଉଥିବା ଏକ ଫଟ ଏବେ ସମସ୍ତଙ୍କର ମନ ଜିତିନେଇଛି I ପ୍ରାପ୍ତ ଖବର ଅନୁଯାଇ ଗୋଟିଏ କୁକୁର ର ଶରୀର ଅସୁସ୍ଥ ହେବାରୁ ତାକୁ ହସ୍ପିଟାଲ ରେ ଭର୍ତି କରାଯାଇଥିଲା I କିନ୍ତୁ ତା ସାଥି ଜଣଙ୍କ ସବୁବେଳେ ମନଦୁଃଖରେ ରହୁଥିଲା I ଘର ମାଲିକ କୁକୁର ଟିକୁ ହସ୍ପିଟାଲ ନେଇଯିବାରୁ ସେଠାରୁ ଆଉ ଘରକୁ ଫେରୁନି ସାଥି କୁକୁର I ମଣିଷ ଙ୍କ ଭଳି ଜଗିରହିଛି ସାଥି କୁକୁର କୁ I ଉଭୟଙ୍କୁ ଦେଖିବାକୁ ପ୍ରବଳ ଭିଡ ଜମିବାରେ ଲାଗିଛି I

Leave a Reply

Your email address will not be published. Required fields are marked *