କାଳିଆ ସମାବେଶରେ ଭୋକ ସହି ନପାରି ଖାଇବାକୁ ମାଗିବାରୁ ଡ୍ରାଇଭରଙ୍କୁ ନିର୍ଘାତ ମାଡ ମାରିଲେ ବିଡିଓ

ସବୁଆଡେ ଚାଲିଛି କାଳିଆ ଯୋଜନାର ପ୍ରଚାର ପ୍ରସାର I କାଳିଆକୁ ନେଇ ସରକାର ଘନଘନ ସମାବେଶ ମଧ୍ୟ କରୁଛନ୍ତି I ତେବେ ଗତକାଲି ବଡ଼ବିଲ ର ପଣ୍ଡାପଡା ରେ ଦେଖିବାକୁ ମିଳିଥିଲା ଏକ ଅଭାବନୀୟ ଘଟଣା I କାଳିଆ ସମାବେଶ ପାଇଁ ଜିଲ୍ଲାର ବିଭିର୍ଣ୍ଣ ଅଂଚଳ ରୁ ଲୋକମାନଙ୍କୁ ସମାବେଶ କୁ ଅଣାଯାଇଥିଲା Iଲୋକମାନଙ୍କ ଖାଦ୍ୟ ପେୟର ମଧ୍ୟ ବନ୍ଦୋବସ୍ତ କରାଯାଇଥିଲା I ଖାଇବା ପାଇଁ ବ୍ଲକ ରୁ ବିସ୍କୁଟ ମଗାଯାଇଥିଲା ଗାଡ଼ିରେ I ସେହିପରି ଯୋଡା ବ୍ଲକରୁ କାଳିଆ ସମାବେଶକୁ ବିସ୍କୁଟ ଆଣି ଆସିଥିଲେ ପୂର୍ଣ୍ଣଚନ୍ଦ୍ର ବାରିକ I

ବିସ୍କୁଟ ବାହାର କରିସାରିବା ପରେ ଭୋକ ଲାଗିବାରୁ ଦାୟିତ୍ୱ ରେ ଥିବା ଅଧିକାରୀଙ୍କୁ ଖାଇବା ପାଇଁ ମାଗିଥିଲେ ଡ୍ରାଇଭର I ତେବେ ଦାୟିତ୍ୱରେ ଥିବା ବିଡିଓ କ୍ଷୀରୋଦ ବେହେରା ରାଗିଯାଇ ଡ୍ରାଇଭରଙ୍କୁ ଏକ ମୁଥ ମାରିଥିଲେ ଯାହାକୁ କି ପରେ ଡ୍ରାଇଭର ଜଣଙ୍କ ରେକର୍ଡ କରିବା ସମୟରେ ଆହୁରି ରାଗିଯାଇ ନିର୍ଘାତ ମାଡ ମାରିଥିଲେ ଡ୍ରାଇଭର ଜଣଙ୍କୁ ବିଡ଼ିଓ ମହାଶୟ I

ଘଟଣା ଟି ସୋସିଆଲ ମିଡିଆରେ ଭାଇରଲ ହେବାପରେ ସବୁଆଡୁ ବିଡ଼ିଓ ଙ୍କୁ ସମାଲୋଚନା କରାଯାଉଛି I

Leave a Reply

Your email address will not be published. Required fields are marked *