ରାଜ୍ୟରେ ପୂର୍ବରୁ କେବେ ପାଓ୍ବାର କଟ୍ ହେଉନଥିଲା କି ଏବର୍ଷ ବି ହେବନି :ପୂର୍ବତନ ଶକ୍ତିମନ୍ତ୍ରୀ

ଶୀତଦିନେ ମଧ୍ୟ ପାୱାର କଟ୍ ପାଇଁ ଓଡିଶା ରେ ବିରୋଧ ହେଉଥିଲା I ଏପରିକି ଅଧିକାଂଶ ଅଂଚଳରେ ବିଦ୍ୟୁତ ଅଫିସ ଘେରାଓ କରାଯାଇଥିଲା ଯାହାକି ପ୍ରତି ଦିନ ଖବରକାଗଜର ପୃଷ୍ଠା ମଣ୍ଡନ କରିଥିଲା I ପୂର୍ବବର୍ଷ ଖରାଦିନେ ଅବସ୍ଥା ଶୋଚନୀୟ ଥିଲା, ଆଗକୁ ମଧ୍ୟ ଖରାଦିନେ ପରିସ୍ଥିତି ବିଗିଡିଯାଇପାରେ ପାୱାର ପାଇଁ କାହିଁକିନା ରାଜ୍ୟରେ 66ଲକ୍ଷ ବିଦ୍ୟୁତ ଉପଭୋକ୍ତା ଥିବାବେଳେ ବର୍ତମାନ ସୌଭାଗ୍ୟ ଯୋଜନାରେ ପଖାପାଖି 20ଲକ୍ଷ ଉପଭୋକ୍ତା ଯୋଡି ହେଇଗଲେଣି I

ନା ଅଛନ୍ତି ଆବଶ୍ୟକ କର୍ମଚାରୀ ନା ଭିତିଭୂମି I ନିକଟରେ ମଧ୍ୟ ବିଜୁଳି କର୍ମଚାରୀ ମାନେ ଆନ୍ଦୋଳନ ରେ ବସିରହିଛନ୍ତି I ତେବେ ୟା ମଧ୍ୟରେ ସବୁଠୁ ଆଶ୍ଚର୍ଯ୍ୟ କରିଛି ପୂର୍ବତନ ଶକ୍ତିମନ୍ତ୍ରୀ ତଥା ବର୍ତମାନର ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ ମଲ୍ଲିକ ଙ୍କ ବୟାନ

I ପୂର୍ବାଞ୍ଚଳ କଟକକୁ ନିରବର୍ଛୀର୍ଣ୍ଣ ବିଦ୍ୟୁତ ଯୋଗାଇ ଦେବାପାଇଁ ମହାନଦୀ ବିହାର ପାଓ୍ବାର ଷ୍ଟେସନର ଲୋକାର୍ପଣ ସମାରୋହ ରେ ଯୋଗ ଦେଇ ପ୍ରଫୁଲ୍ଲ ମଲ୍ଲିକ କହିଛନ୍ତି ଯେ ରାଜ୍ୟରେ କେଭେଁବି ପାଓ୍ବାର କଟ ହେଉନଥିଲା ଏବଂ ଏବର୍ଷ ମଧ୍ୟ ପାଓ୍ବାର କଟ୍ ହେବାର ସମ୍ଭାବନା ନାହିଁ ।ତେବେ ସଂଗେ ସଂଗେ ବିଧାୟକ ପ୍ରଭାତ ବିଶ୍ବାଳକହିଥିଲେ କି ପୂର୍ବରୁ ଯଦିଓ ପାୱାର କାଟ ହେଉଥିଲା ଏବେ ଆଉ ହେବନି I

Leave a Reply

Your email address will not be published. Required fields are marked *