ସଂସ୍କୃତି ରକ୍ଷା ପାଇଁ ୧୦ ହଜାରରୁ ଊର୍ଦ୍ଧ୍ୱ ଇଞ୍ଜିନିୟର ,ଏମ୍‌ବିଏ ଛାତ୍ର ଚାକିରୀ ଲୋଭ ଛାଡି ନେଲେ ନାଗାସାଧୁ ଦିକ୍ଷା

ପ୍ରାୟତ ସବୁ ଯୁବ ବର୍ଗର ଉଦେଶ୍ୟ ଥାଏ ପାଠ ପଢି ଭଲ ଚାକିରୀ କରିବେ I କିନ୍ତୁ କୁମ୍ଭମେଳା ରେ ଦେଖିବାକୁ ମିଳିଛି ଏକ ନିଆରା ଦୃଶ୍ୟ I ପାଠ ପଢି ଉଞ୍ଚ ଶିକ୍ଷିତ ହେଇ ମଧ୍ୟ ଚାକିରୀ କୁ ପ୍ରତ୍ୟାଖାନ କରି ସଂସ୍କୃତି ରକ୍ଷା କରିବାକୁ ସାଧୁ ଭାବରେ ଶପଥ ନେଇଛନ୍ତି ପ୍ରାୟ 10ହଜାର ଯୁବକ I ଯାହାକି ସାରା ଭାରତରେ ଚର୍ଚା ଜୋର ଧରିଛି I ତେବେ ଯୁବକ ମାନଙ୍କ ମଧ୍ୟରେ ଅଛନ୍ତି ଇଞ୍ଜିନିୟରିଂ, ଏମ୍‌ବିଏ ଏବଂ କିଛି କଲେଜର ଟପ୍ପର I ସଂସାର ମହାମାୟା ଛାଡି ଏମାନେ ସାଧୁ ପାଲଟିଯାଇଛନ୍ତି I ସୂଚନା ଥାଉ କି ନାଗା ସାଧୁ ହେବ ବହୁତ କଠିନ କାମ I

ଏମାନେ ସାରା ଜୀବନ ଲୋକଙ୍କ ସେବାରେ ସମୟ କାଟିଥାନ୍ତି Iଉଲଗ୍ନ ରହି ଦେହ ସାରା ଭସ୍ମ ବୋଳି ହେବା ସହିତ ମୁଣ୍ଡରେ ବଡ ବଡ ଜଟା ରଖିଥାନ୍ତି I ସଂସାରର ସବୁ ମୋହ ମାୟା ତ୍ୟାଗ କରି ନିଜର ଶ୍ରାଦ୍ଧ ନିଜେ ଦେଇଥାନ୍ତି ଏମାନେ I ଏହାପରେ ନାଗାସାଧୁ ହେଇଥାନ୍ତି I

Leave a Reply

Your email address will not be published. Required fields are marked *