ଶ୍ୱଶୁରଙ୍କ 6ଲକ୍ଷ ଟଙ୍କା ଯୌତୁକ କୁ ମନାକଲେ ହାବିଲଦାର ଜ୍ୱାଇଁ କହିଲେ ମୋର ଯୌତୁକ ଦରକାର ନାହିଁ ଆପଣଙ୍କ ଝିଅ ହିଁ ସମ୍ପତି

ବାହାଘର ରେ ଯୌତୁକ ଏକ ସାଧାରଣ ଘଟଣା ହେଇଗଲାଣି I ଝିଅ ବାହାକଲେ କନ୍ୟାଘର ପକ୍ଷରୁ ଯୌତୁକ ଦିଆଯାଇଥାଏ I ଏପରିକି ଏଜିଙ୍କ ଦିନରେ ଯୌତୁକ ପାଇଁ ଅନେକ ନିରୀହ ବଧୂଙ୍କ ଜୀବନ ଚାଲିଯାଉଛି I ସାମାନ୍ୟ କେତେଟା ଟଙ୍କା ପାଇଁ ନୂଆ ବୋହୂକୁ ନିର୍ଯ୍ୟାତନା ଦେଇ ମାରିଦେଉଛନ୍ତି ଶାଶୁଘର ଲୋକେ I ତେବେ ଆଜିର ସମାଜ ଯୌତୁକ ଲୋଭରେ ପଡିଥିବା ବେଳେ ସମାଜ ପାଇଁ ଉଦାହରଣ ପାଲଟିଛନ୍ତି ଜେଠ୍‌ ସିଂ I ଯୌତୁକ ବାବଦକୁ ଶଶୁରଘରୁ ମିଳୁଥିବା 6ଲକ୍ଷ ଟଙ୍କା କୁ ପ୍ରତ୍ୟାଖାନ କରିଛନ୍ତି ଏହି ଯୁବକ I

ପ୍ରାପ୍ତ ସୂଚନା ଅନୁଯାଇ ଜେଠ୍‌ ସିଂ ଙ୍କ ଘର ବଗତପୁରାରେ I ସେ ଭାରତୀୟ ସେନାରେ ହାବିଲଦାର୍‌ ଭାବରେ କାମ କରନ୍ତି I ଜେଠ୍‌ ସିଂ ଙ୍କ ବିବାହ ରାଜସ୍ଥାନର ଝୁନ୍‌ଝୁନ୍‌ ଅଞ୍ଚଳରେ ସ୍ଥିର ହେଇଥିଲା I ବରଯାତ୍ରୀ ନେଇ ଶାଶୁରଘର ଗ୍ରାମରେ ପହଞ୍ଚିଥିଲେ ଜେଠ୍‌ ସିଂ I ବିବାହ ସମ୍ପର୍ଣ ପରେ ପ୍ରଥା ଅନୁଯାଇ ଶ୍ୱଶୁର ବିକ୍ରମଜିତ୍‌ ଏକ ଥାଳିରେ 6 ଲକ୍ଷ ଟଙ୍କାର ଯୌତୁକ ବାବଦରେ ଦେଇଥିଲେ ଜ୍ୱାଇଁ ଙ୍କୁ I

କିନ୍ତୁ ଜେଠ୍‌ ସିଂ ଏହାକୁ ଗ୍ରହଣ କରିନଥିଲେ ଏବଂ କ୍ଷମା ମାଗିଥିଲେ ହାତ ଯୋଡିକି I କହିଥିଲେ କି ଆପଣଙ୍କ ଝିଅ ହିଁ ମୋ ପାଇଁ ସମ୍ପତି ଯୌତୁକ ମୋର କଣ ହେବ I ତେବେ
ଆଜିକା ଯୁଗରେ ଏପରି ଜ୍ୱାଇଁ ଯେ ଅଛନ୍ତି ତାହା ସବୁଆଡେ ଚର୍ଚ୍ଚା ଜୋର ଧରିଛି I

Leave a Reply

Your email address will not be published. Required fields are marked *