ଗାଈ ଜନ୍ମ ଦେଲା ମଇଁଷି ଛୁଆ

ଗାଈ ଜନ୍ମ ଦେଇଛି ମଇଁଷି ଛୁଆ ,କଣ ଆଜ୍ଞା କଥାଟା ଶୁଣିବା ପରେ ଆପଣ ବିଶ୍ୱାସ କରିପାରୁନାହାନ୍ତି କି ??
କିନ୍ତୁ ହଁ କଥାଟା ଏକଦମ ସତ I ଏମିତି ଏକ ଘଟଣା ଘଟିଛି ଉତ୍ତରପ୍ରଦେଶର ରାଇବରେଲୀ ଗ୍ରାମରେ I ମିଳିଥିବା ସୂଚନା ଅନୁଯାଇ ଏହି ଗ୍ରାମର ନିକଟସ୍ଥ ହାଟରେ ଜଣେ ଚାଷୀ ଗଙ୍ଗା ପ୍ରସାଦ ନିଜର ଗାଇବିକିବାକୁ ଯାଇଥିଲେ I ତେବେ ଗାଈ ସାଙ୍ଗରେ ବାଛୁରୀ ବଦଳରେ ଥିଲା ଏକ ମଇଁଷି ଛୁଆ I

ଏନେଇ ଲୋକଙ୍କ ଉତ୍ସାହ ବଢିଯିବାରୁ ଗଙ୍ଗା ପ୍ରସାଦ କହିଥିଲେ କି ଗାଈଟି ମଇଁଷି ଛୁଆ ଜନ୍ମ ଦେଇଛି କିନ୍ତୁ ଲୋକ ଏହାକୁ ବିଶ୍ୱାସ କରିନଥିଲେ I ହସରେ ଉଡାଇ ଦେଇଥିଲେ I କିଛିସମୟ ପରେ ଦେଖିବାକୁ ମିଳିଥିଲା କି ମଇଁଷି ଛୁଆଟି ଗାଈ ଠାରୁ କ୍ଷୀର ପିଇଥିଲା ଏବଂ ଗାଈ ମଧ୍ୟ ଯତ୍ନ ନେଇଥିଲା ମଇଁଷି ଛୁଆର I ଏନେଇ ଲୋକଙ୍କ ବିଶ୍ୱାସ ହେଇନଥିଲା ସ୍ଥାନୀୟ ପଶୁ ଡାକ୍ତର ଙ୍କୁ ପଚାରିବାରୁ ଡାକ୍ତର କହିଥିଲେ ଏହା ଅସମ୍ଭବ I

ବୋଧହୁଏ ଗାଈଟି ଜନ୍ମ ଦେଇଥିବା ବାଛୁରୀ ମରିଯିବା ପରେ ଛୋଟ ମଇଁଷି ଛୁଆକୁ କୋଳେଇ ନେଇଛି ଗାଈ I କିନ୍ତୁ ଗଙ୍ଗା ପ୍ରସାଦ କହିଛନ୍ତି କି ଜୈନିକ ପଶୁ ଡାକ୍ତର ଗାଈକୁ ଇଞ୍ଜେକ୍ସନ ରେ ମଇଁଷି ର ସିମେନ ଦେଇଦେଇଥିଲେ ଫଳରେ ଗାଈଟି ମଇଁଷି ଛୁଆ ଜନ୍ମ ଦେଇଛି I ତେବେ ଘଟଣାକୁ ନେଇ ଏବେ ସବୁଆଡେ ଚର୍ଚା ଧରିଛି I

Leave a Reply

Your email address will not be published. Required fields are marked *