ଆନ୍ଦୋଳନ କୁ ଓଲ୍ହାଇଲା ପୋଲିସ ମହାସଂଘ ,ସନ୍ଧ୍ୟାରେ ସରକାରଙ୍କୁ ଦାୟିତ୍ୱ ହସ୍ତାନ୍ତର କରି କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ

୬ ଦଫା ଦାବି ନେଇ ରାଜ୍ୟର ହାବିଲଦାର ,କନେଷ୍ଟବଳ ଏବଂ ସିପାହୀ ମହାସଂଘ ମିଳିତ ଆନ୍ଦୋଳନ କୁ ଓଲ୍ହାଇଛନ୍ତି I ମହାସଂଘ ତରଫରୁ ଦିଆଯାଇଥିବା ତାରିଖ ସରିଯାଇଥିଲେ ମଧ୍ୟ ସରକାର ଙ୍କ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାନଯିବାରୁ ଶେଷରେ ବାଧ୍ୟ ହେଇ ଆନ୍ଦୋଳନ କୁ ଓଲ୍ହାଇଛନ୍ତି I ଶାନ୍ତିପୂର୍ଣ୍ଣ ଭାବେ ଆଜି କଳାବ୍ୟାଜ୍ ପିନ୍ଧି କାର୍ଯ୍ୟ କରିଛନ୍ତି କିନ୍ତୁ ଯଦି ଆସନ୍ତା କାଲି ମଧ୍ୟରେ କୌଣସି ସମାଧାନ ନହୁଏ ତେବେ ବାଧ୍ୟ ହେଇ ସମୂହ ଧାରଣା କୁ ଓଲ୍ହାଇବେ I ମିଳିଥିବା ସୂଚନା ଅନୁଯାଇ ଆଜି ସନ୍ଧ୍ୟାରେ ସମସ୍ତ ପୋଲିସ କର୍ମଚାରୀ ଅସ୍ତ୍ରଶସ୍ତ୍ର, ଚାବି ସହିତ ନିଜର ଦାୟିତ୍ଵ ସରକାରଙ୍କୁ ହସ୍ତାନ୍ତର କରି ଆସନ୍ତାକାଲି ଠାରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ

Leave a Reply

Your email address will not be published. Required fields are marked *