ଆରମ୍ଭ ହେଲାଣି ଭାଲେଣ୍ଟାଇନ ସପ୍ତାହ: ଏପଟେ ବଜରଙ୍ଗ ଦଳ ବି ସକ୍ରିୟ

ଆରମ୍ଭ ହେଇଗଲାଣି ପ୍ରେମ ସପ୍ତାହ I ଫେବୃଆରୀ 7ରୁ 14ପର୍ଯ୍ୟନ୍ତ ଏହି ଏହି ସାତ ଦିନକୁ ଭାଲେଣ୍ଟାଇନ ସପ୍ତାହ ଭାବେ ମନାଯାଏ I ପ୍ରେମୀ ଯୁଗଳ ଖୋଲା ଆକାଶ ତଳେ ମୁକ୍ତ ବିହଙ୍ଗ ପରି ନିଜର ପ୍ରେମ ଦୁନିଆରେ ଘୁରିବୁଲିବାକୁ ଏହି ସାତଦିନକୁ ଯଥେଷ୍ଟ ଗୁରୁତ୍ୱ ଦେଇଥାନ୍ତି I ତେବେ କାହାଣୀର ନାୟକ ନାୟିକା ଙ୍କ ଲଭ ଷ୍ଟୋରି ରେ ହଠାତ ଧସେଇ ପଶିଆସିଚି ଯେପରି ଖଳନାୟକ ଭାବେ ବଜରଙ୍ଗ ଦଳ , I

ପ୍ରେମୀ ଯୁଗଳ ବଜରଙ୍ଗ ଦଳ ନା ଶୁଣିଲେ ଭୟଭୀତ ହେଇଥାନ୍ତି ଏବଂ ପ୍ରେମ ସପ୍ତାହ ନିରାଶାରେ କଟିଥାଏ I ତେବେ ବଜରଙ୍ଗ ଦଳ କାହିଁକି ଏପରି ପ୍ରେମୀ ଯୁଗଳ ଙ୍କୁ ଭୟଭୀତ କରାଇଥାଏ ?? କାହାଣୀର ନାୟକ ନା ଖଳନାୟକ ??ତେବେ ଆସନ୍ତୁ ଜାଣିବା ଏହି ବଜରଙ୍ଗ ଦଳ ବିଷୟରେ କିଛି କଥା I ବିଶ୍ୱ ହିନ୍ଦୁ ପରିଷଦ ଏବଂ ସଙ୍ଘ ପରିବାର ର ମିଶ୍ରିତ ଯୁବ ଚେହେରା ସାଧାରଣତଃ ବଜରଙ୍ଗ ଦଳ ଭାବରେ ଜଣାଶୁଣା I ପ୍ରଥମ କରି ୧ ଅକ୍ଟୋବର ୧୯୮୪ମସିହାରେ ଉତ୍ତରପ୍ରଦେଶରେ ବଜରଙ୍ଗ ଦଳର ଆରମ୍ଭ ହେଇଥିଲା I ବର୍ତମାନ ସୁଦ୍ଧା ବଜରଙ୍ଗ ଦଳରେ ପାଖାପାଖି ୧୩ଲକ୍ଷ ରୁ ଉର୍ଧ ସଦସ୍ୟ ଅଛନ୍ତି

I ଦଳର ମୁଖ୍ୟ ନାରା ହେଉଛି ‘ସେବା, ସୁରକ୍ଷା ଓ ସଂସ୍କୃତି’ ।ବଜରଙ୍ଗ ଦଳର ମୁଖ୍ୟ ହେଉଛନ୍ତି ମନୋଜ ବର୍ମା ।ତେବେ ପ୍ରେମୀ ଯୁଗଳ ଙ୍କୁ ଭୟଭୀତ କରାଇବା ଘଟଣା ପ୍ରାୟତଃ ସବୁବର୍ଷ ଦେଖିବାକୁ ମିଳେ ଏବଂ ଅଧିକାଂଶ ସଦସ୍ୟ ପୋଲିସ ଦ୍ୱାରା ଅଟକ ମଧ୍ୟ ହେଇଥାନ୍ତି I ଫେବୃଆରୀ 14 ପ୍ରେମ ଦିବସ ରେ ପ୍ରେମୀ ଯୁଗଳ ଙ୍କୁ ପାର୍କ ରେ ଏକାଠି ଦେଖିଲେ ସଙ୍ଗେ ସଙ୍ଗେ ବିବାହ କିମ୍ବା ଦଣ୍ଡ ଦେଇଥାନ୍ତି ଏହି ସଦସ୍ୟ ମାନେ Iତେବେ ଆପଣ ଭାବୁଥିବେ କି କାହିଁକି ଏମାନେ ବିରୋଧ କରନ୍ତି ପ୍ରେମୀ ଯୁଗଳଙ୍କୁ ?? ବଜରଙ୍ଗ ଦଳ ସଦସ୍ୟ ଙ୍କ କହିବାନୁଯାୟୀ ପ୍ରେମଦିବସ ଆମ ସଂସ୍କୃତି କିମ୍ବା ସଭ୍ୟତା, ପରଂପରାରେ କୋଉଠି ବି ନାହିଁ

I ଏହା ଦ୍ୱାରା ଆମ ସଭ୍ୟତା ଏବଂ ସଂସ୍କୃତି ନଷ୍ଟ ହେଇ ଯୁବପିଢ଼ି ବିଗିଡ଼ିଯିବାରେ ଲାଗିଛି ତେଣୁ ସଭ୍ୟତା କୁ କୌଣସିମତେ ନଷ୍ଟ ହେବାକୁ ନଦେବା ଏମାନଙ୍କର ମୂଳଲକ୍ଷ ବୋଲି ଦାବି କରନ୍ତି I ଏହାକୁ କିନ୍ତୁ ପ୍ରେମୀ ଯୁଗଳ ବିରୋଧ କରନ୍ତି ଏବଂ ପ୍ରେମୀ ଯୁଗଳ ଙ୍କ କହିବାନୁଯାୟୀ ଯେଉଁମାନେ ପ୍ରେମ କରିନଥାନ୍ତି ବା ପ୍ରେମିକା ନଥାନ୍ତି ସେମାନେ ଏହି ପରି ହିଂସ୍ର ହେଇ ପ୍ରେମୀ ଯୁଗଳଙ୍କୁ ହଇରାଣ କରିଥାନ୍ତି I

Leave a Reply

Your email address will not be published. Required fields are marked *