ବିଧାନସଭାର ଶେଷ ଦିନରେ ଭାବ ବିହ୍ବଳ ହେଇ ଗ୍ରୁପ ଫଟୋ ଉଠାଇଲେ ବିଧାୟକ ଓ ମନ୍ତ୍ରୀ, ପୁଣି ଦେଖା ହେବ ଜିତିଲା ପରେ

ଗତକାଲି ସରିଯାଇଛି ପଞ୍ଚଦଶ ବିଧାନସଭାର କାର୍ଯ୍ୟକାଳ I ସବୁଦିନ ପରି ଗତକାଲି ମଧ୍ୟ ଗୃହରେ ହୋ ହାଲ୍ଲା ହେଇଥିଲା I ବିରୋଧୀଦଳ ନିଜର ଶାଣିତ ସ୍ୱର ଦ୍ୱାରା ସାଶକ ଦଳକୁ ଘାଇଲା କରିବାକୁ ଚେଷ୍ଟା କରିଥିଲେ I ତେବେ ଗତକାଲି ଦେଖିବାକୁ ମିଳିଥିଲା ଏକ ବିରଳ ଦୃଶ୍ୟ I ବିରୋଧୀ ସାଶକ ସବୁବେଳେ ପରସ୍ପର ବିରୋଧୀ ହେଇ ଟଣାଓଟରା ହେଉଥିବା ହେଉଥିବା ବେଳେ ବିଧାନସଭାରେ ପଞ୍ଚଦଶ ତମ କାର୍ଯ୍ୟକାଳ ଶେଷ ଦିନରେ ଦଳ ମତ ନିର୍ବିଶେଷ ରେ ସମସ୍ତ ବିଧାୟକ ମନ୍ତ୍ରୀ ଙ୍କ ସହିତ ଗ୍ରୁପ ଫୋଟୋ ଉଠାଇଥିଲେ ମୁଖ୍ୟମନ୍ତ୍ରୀ I ଏହା ଥିଲା 5ବର୍ଷର ଯାତ୍ରା I ସମସ୍ତେ ପରସ୍ପର କୁ କୋଳାଗ୍ରତ କରୁଥିଲେ I ସରିଯାଇଛି 5ବର୍ଷର ଯାତ୍ରା I ଆଗକୁ ପାଖେଇ ଆସୁଛି ନିର୍ବାଚନ କିଏ ଜାଣିଲା ଆଗାମୀ ଦିନରେ କିଏ ଜିତିବ ଆଉ କିଏ ହାରିବ I ସବୁରି ମୂଳରେ ଜନତା

I ଜନତା ଜିତାଇଲେ ପୁଣି ଥରେ ସମସ୍ତେ ଏକାଠି ହେବେ I ଶେଷ ଦିନରେ ସମସ୍ତଙ୍କ ଗ୍ରୁପ ଫୋଟ ଭାବବିହ୍ୱଳ କରିଦେଇଥିଲା ଓଡ଼ିଶାବାସୀଙ୍କୁ I ସମସ୍ତଙ୍କ ମୁଁହରେ କେବଳ ଗୋଟିଏ କଥା ଥିଲା ଜିତିଲେ ପୁଣି ଦେଖା ହେବା ଆରଥରକୁ I

Leave a Reply

Your email address will not be published. Required fields are marked *