କିଡ଼ନୀ ଖରାପ ରେ ଆଉ ଯିବନି କାହା ଜୀବନ :ଅର୍ଡର ଦେଲେ ଲ୍ୟାବରେ ତିଆରି କରାଯିବ କିଡନୀ

ଦିନକୁ ଦିନ ଆଧୁନିକ ଜ୍ଞାନକୌଶଳ ର ଯଥେଷ୍ଟ ବୃଦ୍ଧି ହେବାରେ ଲାଗିଛି I ନୂଆ ନୂଆ ଗବେଷଣା ଦ୍ୱାରା ଅସମ୍ଭବ କାର୍ଯ୍ୟକୁ ମଧ୍ୟ ବୈଜ୍ଞାନିକ ମାନେ ସଫଳ କରିପାରୁଛନ୍ତି I ତେବେ ପୁଣିଥରେ ବୈଜ୍ଞାନିକ ଙ୍କ ଚମତ୍କାର ଦେଖିବାକୁ ମିଳିଛି I ମନୁଷ୍ୟ ଶରୀର ରେ ମୁଖ୍ୟ ଅଂଶ ହେଉଛି କିଡ଼ନୀ I ତେବେ ଅଧିକାଂଶ ସମୟରେ ଦେଖିବାକୁ ମିଳୁଛି କି କିଡ଼ନୀ ଖରାପ ହେଇଯାଇଥିବା ବ୍ୟକ୍ତି ଙ୍କ ପାଇଁ ଜୀବନ ଦୁର୍ବିସହ ହେଇପଡ଼େ I ଯଦି କେହି ଦାତା କିଡ଼ନୀ ଦାନ କରେ ତେବେ ରୋଗୀ ଶରୀରରେ ପ୍ରତ୍ୟାରୋପଣ ହେଇଥାଏ ନଚେତ ରୋଗୀ ପାଇଁ ସମସ୍ୟା ବଢିଥାଏ I

ଅନେକ କ୍ଷେତ୍ରରେ ରୋଗୀଙ୍କ ଜୀବନ ଚାଲିଯାଇଥାଏ ଏବେ କିନ୍ତୁ କିଡ଼ନୀ ଖରାପ ହେଲେ କାହାର ଦାନ କିମ୍ବା ସାହାଯ୍ୟ ଦରକାର ନାହିଁ I ଜାପାନର ଏକ ଗବେଷକ ଟିମ ଏହା ଉପରେ ଅନେକ ପରୀକ୍ଷା ନିରୀକ୍ଷା କରି ଶେଷରେ ସଫଳତା ପାଇଛନ୍ତି I ଏଥର ଲ୍ୟାବ ରେ କିଡ଼ନୀ ତିଆରି କରାଯାଇପାରିବ I ଯଦି କାହାର କିଡ଼ନୀ ଖରାପ ହୁଏ ତେବେ ଅର୍ଡର ଦେବାମାତ୍ରେ ଖୁବ ଅଳ୍ପ ସମୟ ମଧ୍ୟରେ ନୂଆ କିଡ଼ନୀ ମିଳିପାରିବ I

ପ୍ରଥମେ ମୁଷାଙ୍କ ଉପରେ ଏହି ପରୀକ୍ଷଣ କରାଯାଇଥିଲା ଏବଂ ଏଥିରୁ ସଫଳତା ମିଳିବା ପରେ ମଣିଷ ମାନଙ୍କ ଶରୀର ରେ ପ୍ରତ୍ୟାରୋପଣ ପାଇଁ ବୈଜ୍ଞାନିକ ମାନେ ଚିନ୍ତା କରୁଛନ୍ତି I

Leave a Reply

Your email address will not be published. Required fields are marked *