ଜାଣନ୍ତୁ କିପରି ଆଳୁ ଦ୍ୱାରା ନେବେ ତ୍ୱଚା ର ଯତ୍ନ

ସୁନ୍ଦର ତ୍ଵଚା ପାଇଁ ବଜାରରେ ମିଳୁଛି ବିଭିନ୍ନ ପ୍ରକାର ପ୍ରସାଧନ ସାମଗ୍ରୀ।ଯାହା ଆମ ପାଇଁ କ୍ଷତିକାରକ ବି ସାବ୍ୟସ୍ତ ହେବାର ଆଶଙ୍କା ରହିଥାଏ।ଏହାର ବ୍ୟବହାର ଯୋଗୁ କେହି କେହି ପାର୍ଶ୍ଵ ପ୍ରତିକ୍ରିୟା ର ଶିକାର ମଧ୍ୟ ହୋଇଥାନ୍ତି।ଏହି ସବୁ ସାମଗ୍ରୀ ଠାରୁ ନିଜକୁ ଦୂରେଇ ରଖି କିଭଳି ସୁନ୍ଦର୍ ସୁସ୍ଥ ତ୍ୱଚା ପାଇ ପାରିବା ଆସନ୍ତୁ ଜାଣିବା।


୧. ଫାଳେ ଆଳୁର ରସ ଓ ଗୋଟେ ଅଣ୍ଡାର ଧଳା ଅଂଶକୁ ଏକାଠି କରି ମିଶାଇ ଦିଅନ୍ତୁ।ଏହି ମିଶ୍ରଣକୁ ମୁହଁ ଏବଂ ବେକରେ ଲଗାଇ ୨୦ ମିନିଟ୍ ପରେ ଥଣ୍ଡା ପାଣିରେ ମୁହଁ ଧୋଇ ଦିଅନ୍ତୁ।ଏହା ଦ୍ବାରା ତ୍ବଚା ଉଜ୍ଜଳ ଦିଶେ
୨.ଗୋଟେ ବଡ଼ ଚାମଚ୍ ଆଳୁ ପେଷ୍ଟ୍ ନିଅନ୍ତୁ,ସେହି ଚାମଚରେ ଗୋଟେ ଚାମଚ ଦହି ନେଇ ମିଶାଇ ଦିଅନ୍ତୁ।ଏବେ ପେଷ୍ଟ କୁ ମୁହଁରେ ଲଗାଇ ଅଧା ଘଣ୍ଟା ପରେ ଧୋଇ ଦିଅନ୍ତୁ।
୩.ଅଧା ଆଳୁରୁ ପେଷ୍ଟ ପ୍ରସ୍ତୁତ କରନ୍ତୁ,ଏଥିରେ ଚିମୁଟି ହଳଦୀ ମିଶାଇ ତ୍ଵଚାରେ ଲଗାଇ ଗୋଟେ ଘଣ୍ଟା ଶୁଖିବା ପାଇଁ ଛାଡ଼ି ଦିଅନ୍ତୁ।ଶୁଖିଗଲା ପରେ ପାଣିରେ ମୁହଁକୁ ଧୋଇଦିଅନ୍ତୁ।ସପ୍ତାହକୁ ଥରେ ଏହି ପ୍ୟାକ୍ କୁ ମୁହଁରେ ଲଗାନ୍ତୁ।
୪. ଫାଳେ ଆଳୁ ରସରେ ଦୁଇ ଚାମଚ୍ କଞ୍ଚା କ୍ଷୀର ରେ ମିଶାଇ ତୁଳା ସାହାଯ୍ୟରେ ମୁହଁରେ ଲଗାଇବାର ୨୦ ମିନିଟ୍ ପରେ ମୁହକୁ ଧୋଇଦିଅନ୍ତୁ।ଏହା ଦ୍ବାରା ତ୍ୱଚାରେ ଚମକ୍ ଆସେ।

Leave a Reply

Your email address will not be published. Required fields are marked *