ମାଲିକ କୁ ବଞ୍ଚାଇବାକୁ ଦୁର୍ବୁର୍ତ୍ତ ଙ୍କ ସହିତ ଲଢ଼ି ଛୁରାମାଡ଼ ଖାଇଲା ପୋଷା କୁକୁର ,ମାଲିକ କହିଲେ କୋଟିଏ ଟଙ୍କା ନିଅ ପଛେ ମୋ କୁକୁର କୁ ବଂଚାଇଦିଅ

କୁକୁର ଏବଂ ମଣିଷର ବନ୍ଧୁତା ସବୁଠାରୁ ବିଶ୍ୱସ୍ତ I ମାଲିକ ପାଇଁ ଦରକାର ପଡିଲେ କୁକୁର ଜୀବନ ଦେବାକୁ ବି ପଛାଇବାକୁ ପଡ଼ିବନାହିଁ I କୁକୁର ଙ୍କ ବିଶ୍ୱସନୀୟତା କୁ ନେଇ ଅନେକ ଚଳଚିତ୍ର ମଧ୍ୟ ନିର୍ମାଣ କରାଯାଇଛି I ତେବେ ବାସ୍ତବ ଜୀବନରେ ମଧ୍ୟ ଏମିତି ଅନେକ ଘଟଣା ଦେଖିବାକୁ ମିଳେ I ନିକଟରେ ଏମିତି ଏକ ଘଟଣା ଦେଖିବାକୁ ମିଳିଛି I ନିଜ ମାଲିକ କୁ ବଞ୍ଚାଇବାକୁ ଯାଇ ଆକ୍ରମଣକାରୀ ସହିତ ଲଢ଼ି ଜୀବନ ଦେବାକୁ ପଛାଇନଥିଲା ଗୋଟେ କୁକୁର

Iତେବେ ଲହୁଲୁହାଣ ପରେ ସୌଭାଗ୍ୟବଶତ କୁକୁରଟି ବଞ୍ଚିଯାଇଛି I ମିଳିଥିବା ସୂଚନା ଅନୁଯାଇ ଘଟଣାଟି ସାଉଥ୍‌ ଆଫ୍ରିକାର I ନିଜର ସଉକ ପାଇଁ ଗୋନି ଓ୍ଵନ୍ସଲ ଏକ ଜର୍ମାନ ସାଫର୍ଡ ରଖିଥିଲେ I ଏବଂ ତା ନାମ ରଖିଥିଲେ ଡ୍ୟୁକ୍‌ I କୌଣସି ଏକ କାମରେ ଯାଉଥିବା ସମୟରେ ନିଜ କୁକୁର ଡ୍ୟୁକ୍‌ କୁ ମଧ୍ୟ ନେଇଯାଇଥିଲେ ତେବେ ଅଚାନକ ଗୋନିଙ୍କୁ କେହିଜଣେ ପଛପଟୁ ଆକ୍ରମଣ କରିବାକୁ ଆସିବାରୁ କୁକୁର ଡ୍ୟୁକ୍‌ ତା ଉପରକୁ ଲଂମ୍ଫ ମାରି ଘାଇଲା କରିଥିଲା I ଆକ୍ରମଣକାରୀ ଜଣଙ୍କ ଡ୍ୟୁକ୍‌ ସହିତ ନପାରି ରାଗରେ ଛୁରାଘାତ କରି ଚାଲିଯାଇଥିଲା I ସଂଗେ ସଂଗେ ଡ୍ୟୁକ୍‌ କୁ ହସ୍ପିଟାଲ ନିଆଯାଇଥିଲା I

କୁକୁର ର ଅବସ୍ଥା ଗୁରୁତର ଥିବାରୁ ମାଲିକ ଜଣଙ୍କ ଡାକ୍ତର ଙ୍କୁ କହିଥିଲେ କି ଯେତେଟଙ୍କା ଖର୍ଚ ହେଉପଛେ ମୋ ଡ୍ୟୁକ୍‌ କୁ ବଂଚାଇଦିଅ I ତେବେ ଡାକ୍ତର ଙ୍କ କଠିନ ପ୍ରଚେଷ୍ଟାରେ କୁକୁର ଟି ବଞ୍ଚିଯାଇଛି ଏବଂ ସୁସ୍ଥ ଅଛି I I

Leave a Reply

Your email address will not be published. Required fields are marked *