ବଲିଉଡ୍ ଅଭିନେତା ଅକ୍ଷୟ କୁମାରଙ୍କ ଘରେ ଚୋର। ଗୁଗଲ୍ ରୁ ଠିକଣା ଖୋଜି ଅକ୍ଷୟ କୁମାର ଙ୍କ ଘରେ ପଶିଲେ ଚୋର।ତେବେ ଅଭିଯୁକ୍ତଙ୍କୁ କାବୁ କରି ଧରିଛି ପୋଲିସ।ଅଭିଯୁକ୍ତର ନାଁ ଅଙ୍କିତ୍ ଗୋସ୍ୱାମୀ ହୋଇଥିବା ବେଳେ ସେ ହରିୟାଣାର ବାସିନ୍ଦା ବୋଲି ଜଣା ପଡିଛି।
କିନ୍ତୁ ଗିରଫ ହେବା ପରେ ଅଭିଯୁକ୍ତ କହିଛି ଯେ ସେ ଚୋରି କରିବାକୁ ନୁହେଁ ବରଂ ଅକ୍ଷୟ ଙ୍କୁ ଦେଖା କରିବାକୁ ଆସିଥିଲେ।ସେଥିପାଇଁ ସେ ଗୁଗଲର ସାହାଯ୍ୟ ନେଇଥିଲେ ଅକ୍ଷୟ ଙ୍କ ଠିକଣା ପାଇବା ପାଇଁ।
ତାଙ୍କର ଘର ଭିତରକୁ ପ୍ରବେଶ କରିବା ଭିତରେ ସୁରକ୍ଷା ଗାର୍ଡ ତାଙ୍କୁ କାବୁ କରି ନେଇଥିଲେ।ରାତି ୧:୩୦ ରେ ଅଙ୍କିତ ଅକ୍ଷୟ ଙ୍କ ଘର ଭିତରେ ପଶିବା ପାଇଁ ଚେଷ୍ଟା କରିଥିଲେ ଏବଂ ଏହା ପରେ ତାଙ୍କୁ କାବୁ କରି ଥିଲେ ବୋଲି ପୋଲିସ ସୂଚନା ଦେଇଛି।