ହରିୟାଣା ରୁ ବିଜେପି ଟିକେଟ ରେ ଲଢ଼ିବେ ସେହୱାଗ?

ହରିୟାଣାରୁ ଆସନ୍ତା ସାଧାରଣ ନିର୍ବାଚନ ରେ ପୂର୍ବତନ ଭାରତୀୟ କ୍ରିକେଟର ବିରେନ୍ଦ୍ର ସେହୱାଗ ଙ୍କୁ ପାର୍ଥୀ କରିବାକୁ ବିଚାର କରୁଛି ଭାରତୀୟ ଜନତା ପାର୍ଟି (ବିଜେପି)।

ଏପରି କି ହରିୟାଣାର ରୋହତକ୍ ସଂସଦୀୟ ଆସନରୁ ସେହୱାଗ ଙ୍କୁ ସମ୍ଭାବ୍ୟ ପାର୍ଥୀ ତାଲିକାରେ ବିଜେପି ରଖିଛି ବୋଲି ଏହି ଦଳ ମଧ୍ୟସ୍ଥ ବିଶ୍ଵସ୍ଥ ସୂତ୍ରରୁ ପ୍ରକାଶ।ରବିବାର ହରିୟଣା ବିଜେପିର ବୈଠକରେ ରାଜ୍ୟର ବିଭିନ୍ନ ଲୋକସଭା ଆସନ ପାଇଁ ସମ୍ଭାବ୍ୟ ପାର୍ଥୀ ତାଲିକା ନେଇ ଆଲୋଚନା ହୋଇଥିଲା।ଏଥିରେ ରୋହତକ ଆସନରୁ ଜଣେ ଟାଣୁଆ ତଥା ନୂଆ ମୁହଁକୁ ଟିକଟ ଦେବା ପାଇଁ ମତ ପ୍ରକାଶ ପାଇଥିଲା।

ସେହୱାଗ ଙ୍କୁ ରୋହତକ୍ ଆସନରୁ ପାର୍ଥୀ କରିବା ଆଲୋଚନାକୁ ହରିୟଣା ବିଜେପି ମୁଖ୍ୟ ସୁଭାଷ ବାରାଲା ଖଣ୍ଡନ କରିଛନ୍ତି।ତେବେ ରାଜ୍ୟ ବିଜେପି ସୂତ୍ରରୁ ପ୍ରକାଶ ସେହୱାଗ ଙ୍କୁ ଏହି ପ୍ରସ୍ତାବ ଦେବାପାଇଁ ଜଣେ ବରିଷ୍ଠ ନେତାଙ୍କୁ ଦାୟିତ୍ଵ ଦିଆଯାଇଛି।କାରଣ ହରିୟଣା ବିଜେପି ସେହୱାଗ ଙ୍କୁ ରୋହତକ୍ ରୁ ପାର୍ଥୀ କରିବା ଲାଗି ନିଷ୍ପତି ନେଇଛନ୍ତି।ସେହୱାଗ ହିଁ ଚୁଡାନ୍ତ ନିଷ୍ପତି ନେବେ। ପୂର୍ବତନ ବିସ୍ପୋରକ ଓପନର ବିରେନ୍ଦ୍ର ସେହୱାଗ ସାରା ଦେଶରେ ବେଶ୍ ଲୋକପ୍ରିୟ।

କ୍ରିକେଟରୁ ଅବସର ପରେ ସେ କ୍ରିକେଟର କୌଣସି ଦାୟିତ୍ଵ ରେ ନାହାନ୍ତି।ସାମାଜିକ ଗଣ ମାଧ୍ୟମରେ ସେହୱାଗ ବେଶ୍ ଲୋକପ୍ରିୟ ଅଟନ୍ତି।କେବଳ କ୍ରିକେଟ୍ ନୁହେଁ ଅନ୍ୟ ସମସ୍ତ କ୍ଷେତ୍ରରେ ସେ ରୋକଠୋକ୍ ମନ୍ତବ୍ୟ ଦିଅନ୍ତି।କିନ୍ତୁ ସେହୱାଗ ନିଜେ ନିର୍ବାଚନ ଲଢ଼ିବା ପ୍ରସଙ୍ଗରେ କିଛି ମନ୍ତବ୍ୟ ଦେଇନାହାନ୍ତି।

Leave a Reply

Your email address will not be published. Required fields are marked *