ନ୍ୟାୟ ପାଇଁ ଯାଇଥିବା ନାବାଳିକାକୁ ନ୍ୟାୟ ବଦଳରେ ଜୋର କରି ଧର୍ଷଣ କରି ଗିରଫ ହେଲେ ସୋହେଲା ଏଏସଆଇ !

ଅନ୍ୟାୟ ର ଶିକାର ହେଇଥିବା ଲୋକଙ୍କୁ ନ୍ୟାୟ ଦେବାପାଇଁ ପୋଲିସ ର ନିଯୁକ୍ତ ହେଇଥାଏ Iକିନ୍ତୁ ବେଳେବେଳେ ଦେଖିବାକୁ ମିଳିଥାଏ ପୋଲିସ ନାମରେ ସଂଗୀନ ଅଭିଯୋଗ I ନିଜର ପାୱାର କୁ ବ୍ୟବହାର କରି ସାଧାରଣ ଲୋକଙ୍କୁ ହଇରାଣ କରିବା ସହିତ ଅନ୍ୟାୟ କରିଥିବା ଲୋକଙ୍କୁ ସାହାଯ୍ୟ କରିଥିବାର ଅଭିଯୋଗ ହୁଏ ବେଳେବେଳେ ପୋଲିସ ନାମରେ I ତେବେ ଏପରି ଏକ ସଂଗୀନ ଅଭିଯୋଗ ପୁଣିଥରେ ଆସିଛି ଓଡିଶା ର ବରଗଡ ସୋହେଲା ଥାନାର ଏଏସଆଇ ବନମାଳି କୁଅଁର ଙ୍କ ନାମରେ I

ରକ୍ଷକ ସାଜିଛି ଭକ୍ଷକ I ନ୍ୟାୟ ବଦଳରେ ଇଜ୍ଜତ ଲୁଟିନେଇଛି ପୋଲିସ I ପ୍ରାପ୍ତ ସୂଚନା ଅନୁଯାଇ ଜଣେ ନାବାଳିକା କୁ ସେହି ଗ୍ରାମର ଜଣେ ଯୁବକ ରିକୁ ଅପହରଣ କରି ଧର୍ଷଣ କରିଥିଲା ଏନେଇ ଥାନାରେ ଅଭିଯୋଗ କରିବା ପରେ ରିକୁ କୁ ପୋଲିସ ଠାବ କରିଥିଲା I

ତେବେ ନ୍ୟାୟ ପାଇଁ ଧାଇଁଥିବା ନାବାଳିକା ଠାରୁ ମିଳିଛି ସାଙ୍ଘାତିକ ଅଭିଯୋଗ I ରିକୁ ସହିତ ନିଜେ ଏଏସଆଇ ନାବାଳିକା କୁ ଧର୍ଷଣ କରିଥିଲେ I ଖବର ଜଣାପଡିବା ପରେ ଗତକାଲି ତାଙ୍କୁ ସସପେଣ୍ଡ କରାଯାଇଥିଲା । ତେବେ ଆଜି ଅଭିଯୁକ୍ତ ରିକୁ କୁ ଗିରଫ କରାଯାଇଛି ଏବଂ ସୋହେଲା ଏଏସଆଇ ବନମାଳି କୁଅଁର ଙ୍କୁ ମଧ୍ୟ ଗିରଫ କରାଯାଇଛି I

Leave a Reply

Your email address will not be published. Required fields are marked *