ପିଙ୍ଗୁଆରେ ସାଇ ମନ୍ଦିର ଭୂମିପୂଜନ “ଓଁ ସାଇ ରାମ

( ଗାଁ ଖବର )ଗତକାଲି ପବିତ୍ର ଶ୍ରୀପଞ୍ଚମୀ ରେ ଢେଙ୍କାନାଳ ଅନ୍ତର୍ଗତ ପିଙ୍ଗୁଆରେ ସାଇପାରିବାର ତରଫରୁ ଶ୍ରୀ ଶିରିଡି ସାଇ ବାବାଙ୍କ ଭବ୍ୟ ମନ୍ଦିର ର ଭୂମିପୂଜନ ଉତ୍ସବ ବଡ଼ ଆଡ଼ମ୍ବରରେ ପାଳିତ ହୋଇଯାଇଅଛି । ଏହି ଅବସରରେ ମନ୍ଦିର ନିକଟରୁ ଏକ ବିରାଟ ଶୋଭାଯାତ୍ରା ବାହାରି ପିଙ୍ଗୁଆ ରେ ଭ୍ରମଣ କରିଥିଲା Iବାବାଙ୍କ ଭୂମିପୂଜନ ରେ ସ୍ଥାନୀୟ ବୁଦ୍ଧିଜୀବୀ ସମେତ ବହୁ ମାନ୍ୟଗଣ ବ୍ୟକ୍ତି ଯୋଗ ଦେଇଥିଲେ I

ବାବାଙ୍କ ଆଶୀର୍ବାଦରୁ ସମସ୍ତ କାର୍ଯ୍ୟ ସୁରୁଖୁରରେ ସମାପ୍ତ ହେଇ ମନ୍ଦିରରେ ବିରାଜିଥିଲେ ଦତ୍ତାତ୍ରେୟ ସାଇ I ତେବେ ମନ୍ଦିର ଭୂମିପୂଜନ ପରେ ବାବାଙ୍କ ଦର୍ଶନ ପାଇଁ ସ୍ଥାନୀୟ ଅଞ୍ଚଳରୁ ଭକ୍ତଙ୍କ ସୁଅ ଛୁଟିବାରେ ଲାଗିଛି I

Leave a Reply

Your email address will not be published. Required fields are marked *