ଗାଁ କୁ ଯାଇପାରିବେନି ନେତା ଚାଷୀମାନେ ନେବେ ଭୁବନେଶ୍ୱର ର ବଦଲା :ପ୍ରତି ଗାଁ ରେ ହେବ ବିରୋଧ

ଗତ କିଛିଦିନ ଧରି ତ ଆପଣମାନେ ଦେଖିଥିବେ ରାଜଧାନୀ ରେ ଚାଷୀଙ୍କୁ କିପରି ହଇରାଣ କରାଯାଉଥିଲା I ପ୍ରାଇଜ ପ୍ରେଷ୍ଟିଜ ପେନସନ ଦାବି ନେଇ ଚାଷୀଙ୍କ ବିଶାଳ ସମାବେଶ ଆୟୋଜନ କରି ଅଧବାଟରୁ ହାତ ଛାଡି ଚାଲିଯାଇଥିଲେ ସୌମ୍ୟବାବୁ I ତେବେ ନବନିର୍ମାଣ କୃଷକ ସଂଗଠନ ର ସମ୍ପାଦକ ଙ୍କ ଡ଼ାକରାରେ ଭୁବନେଶ୍ୱର କୁ ହଜାର ହଜାର ସଂଖ୍ୟାରେ ଚାଷୀଙ୍କ ସମାଗମ ହେଇଥିଲା I କିନ୍ତୁ ଚାଷୀଙ୍କ ସମାବେଶ କୁ ଭଣ୍ଡୁର କରିବାକୁ ବିଭିର୍ଣ୍ଣ ଜାଗାରେ ପୋଲିସ ତରଫରୁ ଅଟକା ଯାଇଥିଲା ଏବଂ ସମାବେଶରୁ ଚାଷୀଙ୍କୁ ଉଠାଇନେଇଥିଲା ପୋଲିସ I

ଚାଷୀଙ୍କ ପ୍ରତି ଦରଦ ଦେଖାଉଥିବା ସରକାର ହଠାତ ଯେପରି ଚାଷୀଙ୍କ ସମାବେଶ ନା ଶୁଣିଲେ ବିଚଳିତ ହେଇପଡୁଥିଲେ I ତେବେ ଭୁବନେଶ୍ୱର ରୁ ତଡା ଖାଇବା ପରେ ଚୁପ ରହିନି ନବନିର୍ମାଣ କୃଷକ ସଂଗଠନ I ଯଦି ଚାଷୀଙ୍କୁ ଭୁବନେଶ୍ୱର ମନା ତେବେ ନେତାଙ୍କୁ ମଧ୍ୟ ଗାଁ ରେ ଜୋରଦାର ବିରୋଧ କରାଯିବ I ପ୍ରତି ଗାଁ ରେ ନେତାଙ୍କୁ ପୁରାଇଦିଆଯିବ ନାହିଁ I ଆଗକୁ ନିର୍ବାଚନ ଆସୁଥିବା ବେଳେ ନେତା ଏବେ ଗାଁ ମୁଁହା ହେବେ ଏପରି ପରିସ୍ଥିତି ରେ ଚାଷୀଙ୍କ ବିରୋଧ କିଭଳି ରହିବ ଆଗାମୀ ଦିନରେ ସମୟ କହିବ I

Leave a Reply

Your email address will not be published. Required fields are marked *