ବିକାନେ ଜମି ଦୁର୍ନୀତି: ରବର୍ଟ ଭଦ୍ରା ଓ ତାଙ୍କ ମା ଙ୍କୁ ଜେରା

କଂଗ୍ରେସ ଅଧ୍ୟକ୍ଷା ରାହୁଲ ଗାନ୍ଧୀଙ୍କ ଭିଣେଇ ରବର୍ଟ ଭଦ୍ରା ଏବଂ ତାଙ୍କ ମାଆ ମୌରିନ୍ ଆଜି ବିକାନେର ଜମି ଦୁର୍ନୀତି ମାମଲାରେ ଜୟପୁର ସ୍ଥିତ ଇଡି ଅଫିସରେ ହାଜର ହୋଇଥିଲେ।କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଆଜି ତାଙ୍କ ସ୍ବାମୀ ରବର୍ଟ ଓ ଶାଶୁଙ୍କୁ ଇଡି ଅଫିସରେ ନିକଟରେ ଛାଡିଥିଲେ। ହାଜର ହେବାର ମାତ୍ର କିଛି ସମୟ ପରେ ଭଦ୍ରା ଙ୍କ ମାଙ୍କୁ ଛାଡ଼ି ଦିଆଯାଇଥିଲା।

କିନ୍ତୁ ରବର୍ଟ ଭଦ୍ରାଙ୍କୁ ଅପରାହ୍ନ ୧:୩୦ ରେ ଛଡ଼ା ଯାଇଥିଲା।ତେବେ ପୁନର୍ବାର ସେ ମଧ୍ୟାହ୍ନ ଭୋଜନ ସାରି ପୁଣିଥରେ ଇଡି ରେ ହାଜର ହୋଇଥିଲେ।ପୂର୍ବରୁ ମନି ଲଣ୍ଡ୍ରି ମାମଲାରେ ଭଦ୍ରା ୩ ଥର ଦିଲ୍ଲୀ ସ୍ଥିତ ଇଡି ଦପ୍ତରରେ ହାଜର ହୋଇଥିଲେ।ତେବେ ବିକାନେର ଦୁର୍ନୀତି ମାମଲାରେ ଭଦ୍ରା ଆଜି ପ୍ରଥମ ଥର ପାଇଁ ଜୟପୁର ସ୍ଥିତ ଇଡି ଅଫିସରେ ହାଜର ହୋଇଛନ୍ତି।

Leave a Reply

Your email address will not be published. Required fields are marked *