ବେଗୁନିଆରୁ ଲଢ଼ିବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଙ୍କ ପୁତ୍ର , ଚିନ୍ତାରେ ସୌମ୍ୟରଂଜନ !!ଗୋଟେ ପଟେ ବିଜେଡି ଅନ୍ୟପଟେ ପରିବାର

ବେଗୁନିଆ ନିର୍ବାଚନ ମଣ୍ଡଳୀ ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟନାୟକ ଙ୍କ ସୁପୁତ୍ର ପୃଥ୍ୱୀବଲ୍ଲଭ ପଟ୍ଟନାୟକ ନିର୍ବାଚନ ଲଢ଼ିବା ଏକ ପ୍ରକାର ନିର୍ଚ୍ଚିତ ହେଇଯାଇଥିବା ଚର୍ଚା ଚାଲିଛି I ଫେବୃଆରୀ ଆରମ୍ଭରୁ ନିଜର ସମର୍ଥକ ମାନଙ୍କ ସହିତ ନିର୍ବାଚନ ମୈଦାନ ରେ ପୃଥ୍ୱୀ ଙ୍କୁ ଦେଖିବାକୁ ମିଳିଲାଣି I କଂଗ୍ରେସ ଟିକେଟ ରୁ ବେଗୁନିଆ ରେ ନିର୍ବାଚନ ଲଢ଼ିବା ପାଇଁ ସଜବାଜ ହେଉଛନ୍ତି ପୃଥ୍ୱୀବଲ୍ଲଭ

I ତେବେ ଏହା ସବୁଠୁ ମୁଣ୍ଡବ୍ୟଥାର କାରଣ ହେଊଛି ବିଜେଡି ସାଂସଦ ସୌମ୍ୟାଙ୍କ ପାଇଁ I ଗୋଟେପଟେ ସୌମ୍ୟ ଜ୍ୱାଇଁ ହେଇଥିବା ବେଳେ ପୃଥ୍ୱୀ ପୁଅ ତେଣୁ ଉଭୟ ଙ୍କ ଭିତରେ ଅତି ନିବିଡ ସମ୍ପର୍କ I ଜାନକୀ ଙ୍କ ଦେହାନ୍ତ ପରେ ତାଙ୍କ ନିର୍ବାଚନ ମଣ୍ଡଳୀ ର ସମ୍ପୂର୍ଣ୍ଣ ଖବର ବୁଝୁଥିଲେ ସୌମ୍ୟ ,ତେଣୁ ତାଙ୍କର ସେଠାରେ ଏକ ନିଜସ୍ୱ ଭୋଟ ବ୍ୟାଙ୍କ ରହିଛି I

ରାଜନୀତି ରେ ପୃଥ୍ୱୀ ଯୋଗନେଦେବା କାରଣରୁ ସୌମ୍ୟଙ୍କ ଅନୁଗତ ପ୍ରଦୀପ ସାହୁ ବେଗୁନିଆ ରେ ମଙ୍ଗ ସମ୍ଭାଳୁଛନ୍ତି I ଅପରପକ୍ଷରେ ସୌମ୍ୟ ଏବେ ବିଜେଡି ରେ ଅଛନ୍ତି I ବିଜେଡି ରେ ବେଗୁନିଆ ରେ ଏବେ ଗୋଷ୍ଠୀ କନ୍ଦଳ ର ଚିତ୍ର ପଦାରେ ପଡିଛି I ବିଧାୟକ ପ୍ରଶାନ୍ତ ଜଗଦେ୍ବ ଏବଂ ପ୍ରଶାନ୍ତ ନନ୍ଦ ଙ୍କ ପୁଅ ଋଷଭ ନନ୍ଦ ଲଢ଼ିବା ନେଇ ତୁ ତୁ ମେଁ ମେଁ ଲାଗିରହିଛି I ଏପଟେ ସୌମ୍ୟ ଙ୍କ ସମର୍ଥକ ପ୍ରଦୀପ ମଧ୍ୟ ବିଜେଡି ଟିକେଟ ପାଇଁ ଆଶାୟୀ I ଏଭଳି ପରିସ୍ଥିତି ରେ ହଠାତ ପୃଥୀଙ୍କ ରାଜନୀତି କୁ ଏଣ୍ଟ୍ରି ବେଗୁନିଆ ରାଜନୈତିକ ପାଣିପାଗ କୁ ଅଡୁଆ କରିଦେଇଛି

I କଣ କରିବେ ସୌମ୍ୟ ତାହା ଚିନ୍ତାରେ ବିଜେଡି କୁ ସମର୍ଥନ ଦେବେ ନା ଅନୁଗତ ପ୍ରଦୀପ ନା ପୃଥ୍ୱୀ ଙ୍କୁ ??

Leave a Reply

Your email address will not be published. Required fields are marked *