ଓଡିଶା ଆସିବେ ଧୋନି ,କୋହଲି ଉଭୟ ଙ୍କ ପତ୍ନୀ ସାକ୍ଷୀ ଏବଂ ଅନୁଷ୍କା ବଲାଙ୍ଗୀର ଯୁବନେତା ଅର୍କେଶ ଙ୍କ ପିଲାଦିନର ବନ୍ଧୁ

ବଲାଙ୍ଗୀର ର ଯୁବରାଜ ତଥା ଉଦୀୟମାନ ଯୁବନେତା ଅର୍କେଶ ସିଂ ଦେଓ ଙ୍କର ଭାରତର ଗର୍ବ ମହେନ୍ଦ୍ର ସିଂ ଧୋନି ,ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ଙ୍କ ସହ ନୀବିଡତା ସମ୍ପର୍କ ଧୀରେ ଧୀରେ ସାମ୍ନାକୁ ଆସିଛି I
ଓଡିଶା ରୁ ବଲିୟୁଡ଼ ଏବଂ କ୍ରିକେଟ ଯାଏଁ ଯେ ସମ୍ପର୍କ ରହିଛି ତାହା ଜଣାପଡିଛି I ବଲାଙ୍ଗୀର ରେ ଧୀରେ ଧୀରେ ଯୁବନେତା ଅର୍କେଶ ରାଜନୀତିରେ ପ୍ରବେଶ କରୁଥିବା ବେଳେ ଲୋକଙ୍କର ସମର୍ଥନ ତାଙ୍କ ପ୍ରତି ବଢ଼ିବାରେ ଲାଗିଛି

I ତେବେ ଅର୍କେଶ ଙ୍କ ଅନୁଷ୍କା ଶର୍ମା ଏବଂ ଧୋନି ଙ୍କ ପତ୍ନୀ ସାକ୍ଷୀ ଙ୍କ ସହିତ ବନ୍ଧୁତା ଜଣାପଡିବା ଏବେ କଥା ଚର୍ଚା ର ବିଷୟ ପାଲଟିଛି I ସୂଚନା ଅନୁଯାଇ କ୍ରିକେଟ ଜଗତର ବାଦଶାହା କୋହଲି ଏବଂ ଧୋନି ଙ୍କ ପତ୍ନୀ ଅନୁଷ୍କା ଏବଂ ସାକ୍ଷୀ ଙ୍କ ସହିତ ଗୋଟିଏ ସ୍କୁଲ ରେ ପାଠ ପଢୁଥିଲେ ଅର୍କେଶ। ତିନିଜଣ ଯାକ ଭଲବନ୍ଧୁ ଥିଲେ ଏବଂ ଏଵେବି ବନ୍ଧୁତା ବଜାୟ ରହିଛି କିଛିଦିନ ତଳେ ହେଇଥିବା ବନ୍ଧୁ ମିଳନର ଏକ ଫୋଟ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି I

ସାକ୍ଷୀ ଏବଂ ଅନୁଷ୍କା ଡେରାଡୁନର ଓ୍ବେଲେନ୍‌ ଗର୍ଲସ୍‌ ସ୍କୁଲରେ ପାଠ ପଢ଼ୁଥିବା ସମୟରେ ବଲାଙ୍ଗୀର ଯୁବରାଜ ଅର୍କେଶ ଡେରାଡୁନର ଡୁନ୍‌ ସ୍କୁଲରେ ପାଠ ପଢୁଥିଲେ I ତିନିଜଣ ଜାକ ୨୦୦୪ ମସିହାରେ ମ୍ୟାଟ୍ରିକ୍‌ ପାସ୍‌ କରିଥିଲେ I

Leave a Reply

Your email address will not be published. Required fields are marked *