କଣ୍ଟାବାଞ୍ଝି ରେ ଓବିସି ମୋର୍ଚ୍ଚ।ର ସମାବେଶରେ ରାଜ୍ୟ ସଭାପତି କୃଷ୍ଣ ପାତ୍ର ଙ୍କୁ ମଞ୍ଚ ରେ ଦେଖିବାକୁ ମିଳିଲାନି

ପାଖେଇ ଆସୁଛି ନିର୍ବାଚନ ,ପ୍ରତ୍ୟକ ଦଳ ନିଜ ନିଜର ରଣକୌଶଳ ଆରମ୍ଭ କରିସାରିଲେଣି I ସମସ୍ତଙ୍କ ଟାର୍ଗେଟ ରହିଛି ଓଡିଶା ,ବିଜେପି ମଧ୍ୟ ଓଡ଼ିଶାରେ କ୍ଷମତା ଦଖଲ ପାଇଁ ନିଜର ପ୍ରସ୍ତୁତି ଜୋରଦାର ଚଳାଇଛି I ସେହିକ୍ରମରେ ଆଜି କଣ୍ଟାବାଞ୍ଝି ରେ ଓବିସି ମୋର୍ଚ୍ଚ।ର ମହା ସମାବେଶ ଆୟୋଜନ କରାଯାଇଛି I ସମାବେଶରେ ହଜାର ହଜାର ସଂଖ୍ୟାରେ କର୍ମୀ ଯୋଗଦେଇଥିଲେ I

କେନ୍ଦ୍ର ରୁ ମଧ୍ୟ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଗ୍ରାମୀଣ ଉନ୍ନୟନ ବିଭାଗ ମନ୍ତ୍ରୀ ରାମକ୍ରିପାଲ ଯାଦବ ପହଞ୍ଚି ନିଜର ବକ୍ତବ୍ୟ ରଖିଛନ୍ତି I ଧର୍ମେନ୍ଦ୍ର ଙ୍କ ସହ କେଭି ସିଂହଦେଓ , ବସନ୍ତ ପଣ୍ଡା ,ସଂଗୀତା ସିଂହଦେଓ ଙ୍କ ଭଳି ପ୍ରମୁଖ ନେତାଙ୍କୁ ମଞ୍ଚରେ ଦେଖିବାକୁ ମିଳିଥିଲା I

ତେବେ କଣ୍ଟାବାଞ୍ଝି ରେ ଓବିସି ମୋର୍ଚ୍ଚ।ର ସମାବେଶ ହେଉଥିବା ସମୟରେ ରାଜ୍ୟ ଓବିସି ମୋର୍ଚ୍ଚ। ସଭାପତି ତଥା ଢେଙ୍କାନାଳ ର ବିଧାୟକ ଆଶାୟୀ ପ୍ରାଥୀ କୃଷ୍ଣ ପାତ୍ର ଙ୍କୁ ମଞ୍ଚ ରେ କେଉଁଠି ବି ଦେଖିବାକୁ ମିଳିନଥିଲା I ଯାହାକି ଦଳୀୟ ମହଲରେ ଆଲୋଚନାର ବିଷୟ ପାଲଟିଥିଲା I ଚର୍ଚା ହେଉଛି କି ଗତ 12ତାରିଖ ରେ ଢେଙ୍କାନାଳ ରେ ପ୍ରଧାନମନ୍ତ୍ରୀ ନିଯୁକ୍ତି ମେଳା ହେଉଥିବା ବେଳେ କୃଷ୍ଣ ବାବୁ ଢେଙ୍କାନାଳ ବନ୍ଦ ଡାକରା ଦେଇଥିଲେ ଯେଉଁଥିପାଇଁ ନିଜୁକ୍ତିମେଳା ରେ ବେକାରୀ ଯୁବକ ଯୁବତୀ ବହୁ ପରିମାଣରେ ଯୋଗ ଦେଇପାରିନଥିଲେ ଯାହାକୁ ନେଇ ବିଜେପି ର ଦୁଇ ଦୁଇଟି ମତ ବୋଲି ସବୁ ମହଲରୁ ତୀବ୍ର ସମାଲୋଚନା କରାଯାଇଥିଲା

I ଶୁଣାଯାଉଛି କି ଖାସ ଏହି କାରଣରୁ ଉପର ମହଲରୁ କୃଷ୍ଣ ଙ୍କ ଉପରେ ତେରେଛା ନଜର ପଡିଛି Iଯେଉଁଥିପାଇଁ ତାଙ୍କୁ ସମାବେଶ ରେ ଦେଖିବାକୁ ମିଳିନାହିଁ ଅପରପକ୍ଷରେ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଖବର ଅନୁଯାଇ ଆସନ୍ତା 15ଏବଂ 16ତାରିଖ ରେ ବିହାର ପାଟଣା ରେ ଓବିସି ମୋର୍ଚ୍ଚ।ର ସମାବେଶ ହେଉଛି

ଯେଉଁଥିପାଇଁ ସମର୍ଥକ ମାନଙ୍କ ସହିତ 13 ତାରିଖରୁ ବିହାର ଗସ୍ତ କରିଛନ୍ତି କୃଷ୍ଣ ଚନ୍ଦ୍ର ପାତ୍ର I ତେବେ ଦଳୀୟ ଚର୍ଚା ଚାଲିଛି କି ଆଜି ସମାବେଶ ରେ ଯୋଗ ଦେଇ ସନ୍ଧ୍ୟା ରେ ଯାଇପାରିଥାନ୍ତେ କିନ୍ତୁ ବହୁ ପୂର୍ବରୁ ବିହାରଗସ୍ତ ସତରେ ତାଙ୍କୁ କଣ୍ଟାବାଞ୍ଝି ଡକାଯାଇନି ନା କୃଷ୍ଣବାବୁ ବାହାନା କରିଛନ୍ତି ଯୋଗ ନଦେବାକୁ !!ତେବେ ସେ ଯାହା ବି ହେଉ ଗୋଟିଏ କଥା ଅନ୍ତତଃ ସ୍ପଷ୍ଟ ଯେ କେଉଁଠି ନା କେଉଁଠି କିଛି କେଁ ଅଛି ଆଗକୁ ସମୟ କହିବ I

Leave a Reply

Your email address will not be published. Required fields are marked *