କୁକୁଡ଼ା ଫାର୍ମ କରିବାକୁ ମହିଳାଙ୍କୁ ମିଳିବ 60% ରିହାତି ,ପ୍ରତି ବ୍ଲକ ରେ ହେବ କୁକୁଡ଼ା ଫାର୍ମ I ୯୦ହଜାର ରୁ ସରକାର ଦେବେ 54ହଜାର

ଅଣ୍ଡା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଆବଶ୍ୟକ I ଅଣ୍ଡାରେ ଥିବା ପ୍ରୋଟିନ ଭିଟାମିନ ପାଇଁ ଏହାର ଚାହିଦା ମଧ୍ୟ ବଢ଼ିବାରେ ଲାଗିଛି I ବିଦ୍ୟାଳୟ ରେ ମଧ୍ୟ ପିଲାମାନଙ୍କୁ ପୃଷ୍ଟିକର ଖାଦ୍ୟ ଯୋଗାଇଦେବାକୁ ଅଣ୍ଡା ଦିଆଯାଉଛି Iଦୈନିକ ଓଡ଼ିଶାରେ ୮୦ଲକ୍ଷ ଅଣ୍ଡା ଦରକାର ଥିଲାବେଳେ ଉତ୍ପାଦନ ହେଉଛି ମାତ୍ର ୬୪ଲକ୍ଷ I ନିଅଣ୍ଟ ଅଣ୍ଡାକୁ ପଡୋଶୀ ରାଜ୍ୟରୁ ଆମଦାନୀ କରାଯାଉଛି I ତେବେ ରାଜ୍ୟରେ ଅଣ୍ଡାର ଚାହିଦା ବଢ଼ୁଥିବାରୁ ଏହାକୁ ପୂରଣ କରିବାକୁ ପ୍ରତି ବ୍ଲକ ଲେଭେଲ ରେ ୨୦୦ଟି ଅଣ୍ଡାଦିଆ କୁକୁଡ଼ା ଫାର୍ମ ପ୍ରତିଷ୍ଠା କରାଯିବ। ସ୍ବୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଏପରି ଯୋଜନା କାର୍ଯ୍ୟକାରୀ କରିବାକୁ କୃଷି ବିଭାଗ ଲକ୍ଷ ରଖିଛି I

ଛୋଟ ଛୋଟ ଫାର୍ମ ଦ୍ୱାରା ନିର୍ଧାରିତ ଲକ୍ଷ ପୂରଣ ହେବା ସହିତ ଗ୍ରାମାଞ୍ଚଳରେ ମହିଳାଙ୍କୁ କର୍ମନିଯୁକ୍ତି ମଧ୍ୟ ମିଳିପାରିବ I ଗୋଟେ ଫାର୍ମ ପିଛା ପାଖାପାଖି ୯୦ହଜାର ଟଙ୍କା ର ବ୍ୟୟ ଅଟକଳ ରଖାଯାଇଥିବା ବେଳେ ସରକାର ଙ୍କ ତରଫରୁ 60% ଅର୍ଥାତ ୫୪ହଜାର ଟଙ୍କା ରିହାତି ଯୋଗାଇଦିଆଯିବ I

ଅବଶିଷ୍ଟ ୩୬ହଜାର ଟଙ୍କା ମହିଳା ଗୋଷ୍ଠୀ ନିଜେ ବିନିଯୋଗ କରିବେ କିମ୍ବା ଏଥିପାଇଁ ବ୍ୟାଙ୍କ ଲୋନ ମଧ୍ୟ ନେଇପାରିବେ I

Leave a Reply

Your email address will not be published. Required fields are marked *