ମତେ ଶେଷଥର ପାଇଁ ଏଥର ଟିକେଟ ଦିଅ ବିଜେଡି ବିଜେପି ଙ୍କୁ ଶହେ ଶହେ ରେ ହରେଇ ଯିତିବି

ରାହୁଲ ଗାନ୍ଧୀଙ୍କ କଡା ନିର୍ଦ୍ଧେଶ ଯେଉଁମାନେ ତିନିଥର ହIରିଛନ୍ତି ସେମାନଙ୍କୁ ଆଗାମୀ ନିର୍ବାଚନ 2019ରେ
ଟିକେଟ ଦିଆଯିବ ନାହିଁ I ଏହିକ୍ରମରେ ଆସୁଛନ୍ତି କଂଗ୍ରେସ ର ବହୁ ହେଭି ୱେଟ ନେତା I ଆଶା ଆଶଙ୍କାରେ ଆଶାୟୀ ପ୍ରାଥୀ ,ଟିକେଟ ପାଇବେ ନା କଟିଯିବ ??ପୂର୍ବାନୁମାନ ଅନୁଯାଇ ପାଖାପାଖି 40ନେତାଙ୍କର ଟିକେଟ କଟିପାରେ I ତେବେ ସବୁଠୁ ଚର୍ଚା ଅଛନ୍ତି କଂଗ୍ରେସ ର ବଳିଷ୍ଠ ନେତା ସୁର ରାଉତରାୟ I ସୁର ମଧ୍ୟ ତିନିଥର ହାରିଥିବା ବେଳେ ତାଙ୍କ ଜ୍ୱାଇଁ ପ୍ରସାଦ ପିସିସି ସଭାପତି ଥିବାବେଳେ ନିରଞ୍ଜନ ଏବଂ ତାଙ୍କ ଭିତରେ ତୁ ତୁ ମେଁ ମେଁ ହେଉଥିଲା I ଗତକାଲି ସ୍କ୍ରିନିଂ କମିଟି ଅଧ୍ୟକ୍ଷ ଙ୍କ ବୈଠକ ରେ ନେତାମାନେ ପ୍ରାଥୀ ହେବାପାଇଁ ନିଜର ତଥ୍ୟ ରଖୁଥିଲେ I

ଏ କ୍ରମରେ ସୁର ରାଉତରାୟ ମଧ୍ୟ ଜଟଣୀ ନିର୍ବାଚନ ମଣ୍ଡଳୀରୁ ଲଢ଼ିବା ପାଇଁ ଆଶାୟୀ ଅଛନ୍ତି I ସୁର କହିଛନ୍ତି କି ସେ ଶେଷଥର ପାଇଁ ନିର୍ବାଚନ ଲଢ଼ିବାକୁ ଚାଁହୁଛନ୍ତି I ଏବଂ ଜଟଣୀରେ ତାଙ୍କର ଭଲ ସଂଘଠନ ଥିବାରୁ ସେ ଜିତିବେ ବୋଲି ଆଶାବାଦୀ ଅଛନ୍ତି I ସୂଚନା ଥାଉ କି ପୂର୍ବଥର ସୁର ହାରିଥିଲେ ମଧ୍ୟ ଭୋଟ ବ୍ୟବଧାନ ମାତ୍ର ୫ ହଜାର ୭୪୭ ଥିଲା Iଏହା ତାଙ୍କର ଶେଷ ନିର୍ବାଚନ ହେଉଥିବାରୁ ଲୋକଙ୍କ ସିମ୍ପାଥି ମଧ୍ୟ ତାଙ୍କ ସହିତ ରହିବ ତେଣୁ ଏଥରକ ତାଙ୍କୁ ଟିକେଟ ଦେବାକୁ ସୁର କମିଟି କୁ କହିଛନ୍ତି I

Leave a Reply

Your email address will not be published. Required fields are marked *