ଟିଭି ଚ୍ୟାନେଲ ଚୟନ ଅବଧି ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବଢିଲା

ଟିଭି ଚ୍ୟାନେଲ ଚୟନ ନେଇ ଗ୍ରାହକଙ୍କୁ ଟ୍ରାଇ ଆହୁରି ଅଧିକ ସମୟ ପ୍ରଦାନ କରିଛି।ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଗ୍ରାହକ ମାନେ ଚ୍ୟାନେଲ ଚୟନ କରି ପାରିବେ।ପୂର୍ବରୁ ଏହି ସମୟ ସୀମା ଫେବୃୟାରୀ ୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା।ଟ୍ରାଇ ର ସୂଚନା ଅନୁଯାୟୀ ଦେଶରେ ଏବେ ୧୦୦ ନିଉତ କେବୁଲ ଟିଭି ବ୍ୟବହାରକାରୀ ଏବଂ ୬୭ ନୀଉତ ଡିଟିିଏଚ ବ୍ୟବହାର କାରୀ ଅଛନ୍ତି।

କିନ୍ତୁ କେବୁଲ ସେବା ଗ୍ରହଣ କରୁଥିବା ଗ୍ରାହକଙ୍କ ମଧ୍ୟରୁ ପ୍ରାୟ ୬୫ ପ୍ରତିଶତ ଏବଂ ଡିଟିଏଚ ସେବା ଗ୍ରହଣ କରୁଥିବା ଗ୍ରାହକଙ୍କ ମଧ୍ୟରୁ ୩୫ ପ୍ରତିଶତ ଗ୍ରାହକ ନୂଆ ବ୍ୟବସ୍ଥା କୁ ମାନିନେଇଛନ୍ତି।ତେଣୁ ମାର୍ଚ୍ଚ ୩୧ ତାରିଖ ପୂର୍ବରୁ ଗ୍ରାହକ ମାନେ ନୂଆ ସୁଳ୍କ ଯୋଜନା କୁ ଯିବା ଯାଏ ସେମାନଙ୍କ ପୁରୁଣା ପ୍ଲାନ୍ ଚାଲୁ ରହିବ।ଯେଉଁ ଗ୍ରାହକ ମାନେ ନୂଆ ଯୋଜନାକୁ ନ ଯିବେ ସେମାନଙ୍କୁ ବେଷ୍ଟ୍ ଫିଟ୍ ପ୍ଲାନ କୁ ନିଆଯିବ।ଗ୍ରାହକଙ୍କ ଚ୍ୟାନେଲ ବ୍ୟବହାରର ରେକଡ଼,ଭାଷା ଏବଂ ଚ୍ୟାନେଲ ର ଲୋକପ୍ରିୟତା ଆଦିକୁ ବିଚାରକୁ ନେଇ ଏହି ଯୋଜନା ପ୍ରସ୍ତୁତ ହେବ।

Leave a Reply

Your email address will not be published. Required fields are marked *