ଭଉଣୀ ହେବ ତ ଏମିତି ! ଦିବ୍ୟାଙ୍ଗ ଭାଇର ସ୍ୱପ୍ନକୁ ପୁରଣ କରିବା ପାଇଁ ପ୍ରତିଦିନ କୋଳରେ ଧରି ସ୍କୁଲ ନେଉଛନ୍ତି ଡିମ୍ପଲ

ଦିବ୍ୟାଙ୍ଗ ଥାଇ ମଧ୍ୟ ହାର ମାରିନାହାନ୍ତି ଯୋଗେଶ।ସ୍ବପ୍ନ ତାଙ୍କର ଶିକ୍ଷକ ହେବା।ଅନେକ ଚିକିତ୍ସା କରି ମଧ୍ୟ ଭଲ ହୋଇ ପାରିନାହାନ୍ତି।ଏଥିପାଇଁ ତାଙ୍କୁ ସାହାଯ୍ୟ କରିଛନ୍ତି ତାଙ୍କର ଭଉଣୀ ଡିମ୍ପଲ୍।ଭାଇର ସ୍ବପ୍ନ ସାକାର ହେଉ ଏଥିପାଇଁ ସେ ପ୍ରତିଦିନ ନିଜ ଭାଇକୁ ଟେକି ଟେକି ନିଅନ୍ତି ସ୍କୁଲ୍।

ଏବଂ ସ୍କୁଲ୍ ଛୁଟି ହେବା ପରେ ମଧ୍ୟ ଆଣି ଆସନ୍ତି।ବାପା ତାଙ୍କର ଅଟନ୍ତି ଚାହା ବେପାରୀ।ମଧ୍ୟପ୍ରଦେଶର ସାମ୍ବଲପୁରା ନାମକ ଗ୍ରାମରେ ବାସ କରୁଥିବା ଯୋଗେଶ ଶର୍ମା ପିଲାଟି ଦିନରୁ ଦିବ୍ୟାଙ୍ଗ।ଜନ୍ମରୁ ସେ ଗମ୍ଭୀର ରୋଗର ଶିକାର ଅଟନ୍ତି।କିନ୍ତୁ ପାଠ ପଢ଼ାରେ ଅଛି ଅଦ୍ୟମ ଅଭିଳାଷ। ଡ଼ିମ୍ପଲ୍ ଏବଂ ଯୋଗେଶ ଗୋଟେ ସ୍କୁଲରେ ପାଠ ପଢନ୍ତି।

ଏବଂ ତାଙ୍କ ପାଠ ପଢାର ପୁରା ଦାୟିତ୍ଵ ନେଇଛନ୍ତି ତାଙ୍କ ଭଉଣୀ ଡିମ୍ପଲ୍।ଆପଣ ଜାଣି ଚକିତ ହେବେ କି ସେ ଦଶମ ଶ୍ରେଣୀ ପରୀକ୍ଷାରେ ୬୭ ପ୍ରତିଶତ ମାର୍କ ମଧ୍ୟ ରଖିଛନ୍ତି।ତାଙ୍କର ସଫଳତାର ପୁରା ଶ୍ରେୟ ସେ ତାଙ୍କର ଭଉଣୀ ଡିମ୍ପଲ୍ ଙ୍କୁ ଦେଇଛନ୍ତି।

Leave a Reply

Your email address will not be published. Required fields are marked *