ପୁଲୱାମାରେ ୪୦ରୁ ଉର୍ଦ୍ଧ ଭାରତୀୟ ଯବାନ ଙ୍କ ରକ୍ତରେ ହୋଲି ଖେଳିଲା ସୈତାନ ଆତଙ୍କବାଦୀ

ସାରା ଦେଶରେ ପାଳିତ ହେଉଛି ପ୍ରେମ ସପ୍ତାହ I ଭାରତ ପ୍ରେମ ଶାନ୍ତି ମୈତ୍ରୀ ରେ ବିଶ୍ୱାସ କରେ କିନ୍ତୁ ଜମ୍ମୁ ଓ କଶ୍ମୀରରେ ପୁଣିଥରେ ଆତଙ୍କବାଦୀଙ୍କ ହିଂସାରେ ଅତି ବର୍ବରୋଚିତ ଭାବରେ ୪୦ଯବାନ ଙ୍କମୃତ୍ୟୁ ହେଇଚି I ଗତକାଲି ପୁଲଓ୍ୱାମା ଜିଲ୍ଲା ରେ ଯବାନମାନେ ଫେରୁଥିବା ସମୟରେ ଆତଙ୍କବାଦୀ ଗାଡିକୁ ଟାର୍ଗେଟ କରି ଧ୍ବଂସ କରିଦେଇଛନ୍ତି I ଯବାନ ଙ୍କ ମୃତ୍ୟୁରେ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି I

ତେବେ ଏ ଘଟଣାରେ ପ୍ରଧାନମନ୍ତ୍ରୀ ଅତ୍ୟନ୍ତ ମର୍ମାହତ ଭାବରେ କହିଛନ୍ତି ଯେ ଯବାନ ମାନଙ୍କ ବଳିଦାନ ବ୍ୟର୍ଥ ଯିବନି ପ୍ରତିଟି ରକ୍ତର ଜବାବ ଖୁବ ଶୀଘ୍ର ନିଆଯିବ I ଅନୁମାନ କରାଯାଉଛି କି ଖୁବ ଶୀଘ୍ର ଆଉ ଏକ ସର୍ଜିକାଲ ଷ୍ଟ୍ରାଇକ ର ସମ୍ଭାବନା I ସେପଟେ କ୍ରିକେଟର ଗୌତମ\ଗମ୍ଭୀର ଅତ୍ୟନ୍ତ ଦୁଃଖିତ ଭାବରେ କହିଛନ୍ତି ଟେବୁଲ ଡିସ୍କସନ ନୁହେଁ ଯୁଦ୍ଧକ୍ଷେତ୍ରରେ ଆଲୋଚନା କରି ତୁରନ୍ତ ଯବାନ ଙ୍କ ମୃତ୍ୟୁର ପ୍ରତିଶୋଧ ନେବା ଦରକାର

I ଏସବୁ ମଧ୍ୟରେ 40ଯବାନ ଙ୍କୁ ହତ୍ୟା କରିଥିବା ସୈତାନ ଆତଙ୍କବାଦୀ ର ଅସଲ ପରିଚୟ ସାମ୍ନାକୁ ଆସିଛି I ନିଜେ ଆତଙ୍କବାଦୀ ଜାରି କରିଥିବା ଏକ ଭିଡିଓ ରୁ ଜଣାପଡିଛି କି ତା ନାମ ଆଦିଲ। ସେ ଗତବର୍ଷ ଜୈଶ ସଂଗଠନରେ ଯୋଗଦେଇଥିଲା ଯବାନ ଙ୍କୁ ହତ୍ୟା କରିବାକୁ ଶପଥ ନେଇ ଏତେବଡ କାଣ୍ଡ ଘଟାଇଥିଲା I

ଏବଂ ଆହୁରି କହିଛି କି ଏ ଭିଡିଓ ଆପଣମାନେ ଦେଖିଲା ବେଳକୁ ମୁଁ ଆଉ ନଥିବି ତେବେ ମୋ ଲକ୍ଷ ପୂରଣ ହେଇସାରିଥିବ I ଚର୍ଚା ଚାଲିଛି କି ଆଦିଲ କୁ ସଂଘଠନ ର ବଡ ନେତା ମାନେ ମଧ୍ୟ କାମ ସାରିବା ପରେ ହତ୍ୟା କରିଛନ୍ତି I

Leave a Reply

Your email address will not be published. Required fields are marked *