ଓଡ଼ିଆ ପୁଅ ଙ୍କ ସହିଦ ରେ କାଲିଠୁ ଖାଇନାହାନ୍ତି ରାୟଗଡା ର ୧୨ଶହ ଯବାନ ସାଥି ,ପୁଣି ଫେରିବି କହି ଆଉ ଫେରିଲେ ନାହିଁ

ଆତଙ୍କବାଦୀ ଙ୍କ ଆକ୍ରମଣରେ ସହିଦ ହେଇଥିବା ଓଡ଼ିଆ ପୁଅଙ୍କୁ ଝୁରୁଛନ୍ତି ସାଥି ଯବାନ I ସହିଦ ହେବା ଖବର ଶୁଣି କାଲିଠୁ ଖାଇନାହାନ୍ତି I I କେମିତି ବା ଖାଇବେ ପେଟକୁ ଦାନା ଗଲେ ତ ??ଦୀର୍ଘ ଚାରି ବର୍ଷ ଧରି ଏକାଠି ରହୁଥିଲେ I ସମସ୍ତଙ୍କ ସୁଖଦୁଃଖରେ ଠିଆ ହେଉଥିଲେ I ୨ ମାସ ତଳେ ଜାମୁ କଶ୍ମୀରକୁ ବଦଳି ହେଇଯାଇଥିବା ବେଳେ ପୁଣିଥରେ ଆସିବେ ବୋଲି କହିଯାଇଥିଲେ କିନ୍ତୁ ଆଉ ଫେରିଲେ ନାହିଁ I ଅଧାରେ ରହିଗଲା ଫେରିବା ସ୍ବପ୍ନ,ସେ ଫେରିଲେ କିନ୍ତୁ ଯିବିତ ନୁହେଁ ସହିଦ ଭାବରେ Iସାଥି ଯବାନ ମାନେ କହିଛନ୍ତି କି ପ୍ରସନ୍ନ ବହୁତ ସରଳ ଏବଂ ନିସ୍ଵାର୍ଥପର ଥିଲେ I

ସବୁବେଳେ ନିଜ କର୍ତବ୍ୟ କୁ ଠିକ ଭାବେ ତୁଲାଉଥିଲେ I ସାଥି ପ୍ରସନ୍ନ ଙ୍କୁ ହରାଇ ସମସ୍ତ ସାଥି ଗଭୀର ଦୁଃଖ ପ୍ରକାଶ କରିଛନ୍ତି I ଏପଟେ ପ୍ରସନ୍ନ ଙ୍କ ପାର୍ଥିବ ଶରୀର ନିଜ ଗାଁ ଜଗତସିଂହପୁର ଜିଲ୍ଲାର ନାଉଗାଁକୁ ନିଆଯାଇ ଶେଷକୃତ୍ୟ କରାଯିବ I ଶେଷକୃତ୍ୟ ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେବେ I

Leave a Reply

Your email address will not be published. Required fields are marked *