ବାୟୁ ପ୍ରଦୂଷଣ କୁ ରୋକିବାକୁ ଆସିଗଲା କୃତିମ ପତ୍ର

ଆମେରିକା ସ୍ଥିତ ଇଲିନୋଇସ୍ ବିଶ୍ଵବିଦ୍ୟାଳୟ ରେ ଗବେଷକ କୃତିମ ପତ୍ର ନିର୍ମାଣ କରିଛନ୍ତି।ଏହି ପତ୍ର ପ୍ରାକୃତିକ ପତ୍ର ଭଳି ବାୟୁମଣ୍ଡଳ ରୁ କାର୍ବନ ଡାଇଅକ୍ସାଇଡ୍ ଏବଂ ଅଙ୍ଗାରକାମ୍ଳ ଶୋଷଣ କରି ଅମ୍ଳଜାନ ନିର୍ଗତ କରିବ।ବିଦ୍ୟାଳୟରେ ହୋଇଥିବା ଏହି ଗବେଷଣାରେ ଜଣେ ଭାରତୀୟ ବୈଜ୍ଞାନିକ ସାମିଲ ଅଛନ୍ତି।

ପ୍ରାକୃତିକ ପତ୍ର ଅପେକ୍ଷା ଲ୍ୟାବ ରେ ପ୍ରସ୍ତୁତ କୃତିମ ପତ୍ର ୧୦ ଗୁଣା ଅଧିକ କାର୍ଯ୍ୟ କରିବ ବୋଲି ବୈଜ୍ଞାନିକ ଦାବି କରିଛନ୍ତି।ଗବେଷକ ମିନେସ ସିଂହଙ୍କ ସୂଚନା ଅନୁସାରେ,ଏହି ପତ୍ର ବର୍ତ୍ତମାନ ଲ୍ୟାବ ପରିବେଶରେ କାର୍ଯ୍ୟ କରୁଛି।ବାହାର ପରିବେଶକୁ ନିଆଯାଇ ନାହିଁ। ଅମୋନିୟନ୍ ରେଜିନ୍ ରେ ପ୍ରସ୍ତୁତ ଏକ ଝିଲ୍ଲିର ଆବରଣ କୃତିମ ପତ୍ରରେ ଦିଆଯାଇ ପ୍ରସ୍ତୁତ କରାଯିବ।

ଏହାପରେ ସେହି ପତ୍ର ବାହାର ପରିବେଶରେ କାର୍ଯ୍ୟ କରିପାରିବ ବୋଲି ସିଂହ କହିଛନ୍ତି।ଏହି କୃତିମ ପତ୍ର ୧.୭ମିଟର ଲମ୍ବା ଓ ୨ ମିଟର ଚଉଡା।ପ୍ରାୟ ୩୬୦ ଟି କୃତିମ ପତ୍ର ଗୋଟିଏ ଦିନରେ ବାୟୁମଣ୍ଡଳ ରୁ ଅଧା ଟନ୍ କାର୍ବନ ମନୋକସାଇଡ ଶୋଷଣ କରି ଗ୍ରୀନ ହାଉସ ପ୍ରଭାବ କମାଇପାରିବ ବୋଲି ବିଶ୍ବବିଦ୍ୟାଳୟ ର ଗବେଷକ ମାନେ ରିପୋର୍ଟ ପ୍ରଦାନ କରିଛନ୍ତି

Leave a Reply

Your email address will not be published. Required fields are marked *