44ଯବାନ ଙ୍କ ସହିଦ ପାଇଁ ପାକିସ୍ତାନ କୁ ଦୋଷ ଦିଅନି କହିବା ପଡିଲା ମହଙ୍ଗା କପିଲ ଶର୍ମା ଶୋ’ରୁ ସିଦ୍ଧୁଙ୍କୁ ବିଦା କରିବାକୁ ଦାବି

ଆତଙ୍କବାଦୀ ଙ୍କ ଆକ୍ରମଣରେ ଚାଲିଗଲେ ଭାରତର 44ଜଣ ଯବାନ I ସାରା ଦେଶରେ ଶୋକର ଛାୟା I ତେବେ ଏତେବଡ କାଣ୍ଡ ଭିଆଇଥିବା ପାକିସ୍ତାନର ଆତଙ୍କବାଦୀ ସଙ୍ଗଠନ ଜୈଶ-ଇ-ମହମ୍ମଦ ସଂଘଠନ ନିଜେ ଏଇ ଘଟଣା ପାଇଁ ଦାୟୀ ବୋଲି ମାନିନେଇଥିବା ବେଳେ ସମସ୍ତେ ପାକିସ୍ତାନ ବିରୁଧରେ ଵିଶୋଦ ଗାର କରିଛନ୍ତି I

କିନ୍ତୁ ଏଇ ଘଟଣାରେ ପାକିସ୍ତାନ କୁ ଦୋଷ ଦେବା ଠିକ ନୁହେଁ ବୋଲି ପଞ୍ଜାବର କଂଗ୍ରେସ ନେତା ତଥା ପୂର୍ବତନ କ୍ରିକେଟର ନବଜୋତ ସିଂ ସିଦ୍ଧୁ ପ୍ରତିକ୍ରିୟା ରଖିବା ପରେ ସାରା ଦେଶରେ ତାଙ୍କୁ ନେଇ ବିରୋଧ କରାଯାଉଛି Iଲୋକପ୍ରିୟ କପିଲ ଶର୍ମା ଶୋ’ରୁ ସିଦ୍ଧୁ ଙ୍କୁ ତୁରନ୍ତ ବାହାର କରାଯିବାକୁ ସୋସିଆଲ ମିଡିଆ ରେ ଦାବି ଉଠିଛି I ଯଦି ତାଙ୍କୁ ବାହାର କରାନଯାଏ ତେବେ ଜୋରଦାର ବିରୋଧ କରାଯିବାକୁ ସୋସିଆଲ ମିଡିଆରେ ଆହ୍ୱାନ ଦିଆଯାଇଛି I ଏମିତିକି କୁହାଯାଇଛି କି ସିଦ୍ଧୁ ଭାରତରେ ରହି ପାକିସ୍ତାନ କୁ ସମର୍ଥନ କରୁଛନ୍ତି ଯେଉଁଥିପାଇଁ ପାକିସ୍ତାନ ସପକ୍ଷରେ ମତାମତ ରଖିଛନ୍ତି ତେଣୁ ତାଙ୍କୁ ଦେଶରୁ ମଧ୍ୟ ବିଦା କରାଯାଉ I ସିଦ୍ଧୁ ଙ୍କୁ ନେଇ ଜୋରଦାର ବିରୋଧ ହେଉଥିବାରୁ ସମ୍ପୃକ୍ତ ଟେଲିଭିଜନ ଶୋ ରୁ ତାଙ୍କୁ କଢ଼ା ଯିବ କି ନା ସେ ନେଇ ଆଲୋଚନା ଜାରି ରହିଛି I

Leave a Reply

Your email address will not be published. Required fields are marked *