ଜନ୍ମ ମାଟିରେ ଚିତାରେ ବିଲୀନ ହେଇଗଲେ ଓଡ଼ିଆ ସହିଦ ଯବାନ ;ଗୁମୁରି କାନ୍ଦୁଚି ଓଡିଶା

ଦୁଇଦିନ ପରେ ଓଡ଼ିଶାରେ ପହଁଚିଲା ସହିଦ ହେଇଥିବା ଦୁଇ ଯବାନ ଙ୍କ ପ୍ରାଥୀବ ଶରୀର I ପୁଲୱାମା ବିସ୍ଫୋରଣରେ ସହିଦ ହୋଇଥିବା ପ୍ରସନ୍ନ ସାହୁ ଏବଂ ମନୋଜ ବେହେରା ଙ୍କ ପାର୍ଥିବ ଶରୀର ଭୁବନେଶ୍ୱର ରେ ପହଁଚିବା ପରେ ରାଜ୍ୟ ସରକାର ଏବଂ ସିଆରପିଏଫ ପକ୍ଷରୁ ଗାର୍ଡ ଅଫ ଅନର ଦିଆଯାଇଥିଲା I ଏହାପରେ ଦୁଇ ସହିଦ ଙ୍କୁ ନିଜ ପୈତୃକ ଗ୍ରାମକୁ ନିଆଯାଇ ଶେଷକୃତ୍ୟ କରାଯାଇଥିଲା I ବିମାନ ବନ୍ଦର ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ, ବସନ୍ତ ପଣ୍ଡା, ପିସିସି ସଭାପତି ନିରଂଜନ ପଟ୍ଟନାୟକ, ଙ୍କ ସମେତ ଅନେକ ନେତା ଏକାଠି ରହି ବୀର ଓଡ଼ିଆ ଯବାନଙ୍କୁ ଶେଷ ସମ୍ମାନ ଜଣାଇଥିଲେ I

ବିଭିର୍ଣ୍ଣ ଅଂଚଳରୁ ହଜାର ହଜାର ସଂଖ୍ୟାରେ ଲୋକ ଜମାହେଇ ସହିଦ ଙ୍କ ଶେଷ ଦର୍ଶନ କରିଥିଲେI ଏହାପରେ ଜଗତସିଂହପୁର ଜିଲ୍ଲାର ସହିଦ ପ୍ରସନ୍ନ ଙ୍କୁ ନିଜ ଗ୍ରାମ ନାଉଗାଁକୁ ନିଆଯାଇଥିବା ବେଳେ ସହିଦ ମନୋଜ କୁମାର ବେହେରା ଙ୍କୁ ଜନ୍ମମାଟି କଟକ ଜିଲ୍ଲାର ନିଆଳି ଅନ୍ତର୍ଗତ ରତନପୁରକୁ ନିଆଯାଇଥିଲା

I ଉଭୟ ଙ୍କ ଗ୍ରାମରେ ଶୋକାକୁଳ ପରିବେଶରେ ଶେଷ କୃତ୍ୟ କରାଯାଇଥିଲା I

Leave a Reply

Your email address will not be published. Required fields are marked *