ଆଜି 12ଘଣ୍ଟିଆ ଓଡିଶା ବଜାର ବନ୍ଦ

ଦେଶରେ ଆତଙ୍କବାଦୀଙ୍କ ଆକ୍ରମଣରେ ସହିଦ ହେଇଯାଇଥିବା ବୀର ଯବାନ ମାନଙ୍କ ପାଇଁ ସବୁଆଡେ ଶୋକ ପାଳିତ ହେଉଥିବା ବେଳେ ସୋମବାର ଅର୍ଥାତ 18.02.2019 ତାରିଖ ଦିନ ଓଡ଼ିଶାର ସମସ୍ତ ଦୋକାନ ବଜାର ବନ୍ଦ ରହିବ Iପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣ କୁ ଓଡ଼ିଶା ବ୍ୟବସାୟୀ ମହାସଂଘ ତୀବ୍ର ବିରୋଧ କରିବା ସହିତ ତୁରନ୍ତ ଆତଙ୍କବାଦୀ ଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରି ସୋମବାର ଦିନ ଦୋକାନ ବଜାର ବନ୍ଦ ରଖିବାକୁ ନିଷ୍ପତି ନେଇଛନ୍ତି I

ଏନେଇ ମହାସଂଘର ସାଧାରଣ ସଂପାଦକ ସୁଧାକର ପଣ୍ଡା ପ୍ରତିକ୍ରିୟା ରଖି କହିଛନ୍ତି ଯେ ଆତଙ୍କବାଦୀ ଙ୍କୁ ମୂଳରୁ ଶେଷ କରିବାକୁ ସରକାର କଠୋର ନିଷ୍ପତି ନିଅନ୍ତୁ , ସର୍ବଭାରତୀୟ ବ୍ୟବସାୟୀ ମହାସଂଘ ଆସନ୍ତା ସୋମବାର ସକାଳ ୬ ଟାରୁ ସଂଧ୍ୟା ୬ ଟା ପର୍ଯ୍ୟନ୍ତ 12ଘଣ୍ଟିଆ ବନ୍ଦ ଡାକରା ଦେଇଥିବାରୁ ଓଡିଶା ବ୍ୟବସାୟୀ ସଙ୍ଘ ସମର୍ଥନ କରି ବନ୍ଦ ରେ ସାମିଲ ହେବ I

କେବଳ ଓଡିଶା ନୁହେଁ ଅନ୍ୟ ରାଜ୍ୟ ମାନଙ୍କରେ ମଧ୍ୟ ଏହି ବନ୍ଦ ରେ ବ୍ୟବସାୟୀ ମାନେ ସାମିଲ ହେବେ ବୋଲି ସୂଚନା ମିଳିଛି Iତେବେ ଏହା କେବଳ ବ୍ୟବସାୟିକ ସହ ଜଡିତ ଦୋକାନ ବଜାର ବନ୍ଦ ରହିବ Iଅଯଥା ଲୋକମାନଙ୍କୁ ହଇରାଣ କରାଜୀବନାହିଁ କିମ୍ବା କୌଣସି ରାସ୍ତାଘାଟ , ଗାଡିମଟର ବନ୍ଦ କରାଯିବନାହିଁ I ଯାନବାହାନ ଚଳାଚଳ ସ୍ୱାଭାବିକ ରହିବ I

Leave a Reply

Your email address will not be published. Required fields are marked *