ଓଡ଼ିଆ ସହିଦ ଙ୍କୁ ସମବେଦନା ଜଣାଇଲେ ଧର୍ମେନ୍ଦ୍ର:କହିଲେ ତୁମ ସହ ସାରା ଭାରତ ଅଛି

ଜାମ୍ମୁ ଓ କାଶ୍ମୀର ପୁଲ୍ ୱାମା ରେ ଆତଙ୍କବାଦୀ ଆକ୍ରମଣ ଘଟଣାରେ ସହିଦ ଯବାନଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ଦୁଃଖ ପ୍ରକାଶ କରିବା ସହ ଯବାନଙ୍କ ବଳିଦାନ ବ୍ୟର୍ଥ ଯିବ ନାହିଁ ବୋଲି କହିଛନ୍ତି।ଏହି ଆତଙ୍କବାଦୀ ଆକ୍ରମଣରେ ଦୁଇ ଓଡିଆ ଯବାନ ପ୍ରସନ୍ନ ସାହୁ ଓ ମନୋଜ କୁମାର ବେହେରା ସହିଦ ହୋଇଥିବା ଖବର ଶୁଣି ସେ ମର୍ମାହତ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଜାମ୍ମୁ ଓ କାଶ୍ମୀର ପୁଲୱାମା ରେ ଆତଙ୍କବାଦୀ ଆକ୍ରମଣ ଘଟଣାରେ ସାରା ଦେଶ କେବଳ ମର୍ମାହତ ନୁହେଁ ଆକ୍ରୋଶିତ ହୋଇପଡିଛି।ପାକିସ୍ଥାନ ତା ସ୍ଵଭାବ କେତେଥର ଶିକ୍ଷା ପାଇଲେ ବଦଳେଇବ ବୋଲି ସେ କହିଛନ୍ତି।ଶ୍ରୀ ପ୍ରଧାନ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣେଇବା ସହ ଅମର ଆତ୍ମାର ସଦ୍ଗତି କାମନା କରିଛନ୍ତି।ଦେଶ ମାତୃକା ସେବା ପାଇଁ ବଳିଦାନ ଦେଇଥିବା ସବୁ ସହିଦ ପରିବାର ସହ ସମ୍ପୂର୍ଣ୍ଣ ଦେଶବାସୀ ଅଛନ୍ତି ବୋଲି ସେ କହିଛନ୍ତି।ଏହି ଘଡିସନ୍ଧି ମୁହୂର୍ତ୍ତ ରେ ସମସ୍ତେ ଏକାଠି ହୋଇ ରହିବାର ଆବଶ୍ୟକତା ଅଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

Leave a Reply

Your email address will not be published. Required fields are marked *