କେନ୍ଦୁଝର ର ମାଟ୍ରିକ ଛାତ୍ର ବନାଇଲେ ପେଟ୍ରୋଲ ଏ ଟି ଏମ୍

ମଣିଷ ଯେତେବେଳେ ଅସୁବିଧାର ସମ୍ମୁଖୀନ ହୁଏ ସେତେବେଳେ ସେ ଉପାୟ ଖୋଜେ କିପରି ସେ ସେହି ଅସୁବିଧାରୁ ବଞ୍ଚିବ।ଆଉ ସେହି ଉପାୟ ଦ୍ବାରା ହିଁ ସେ ନୂଆ ଜିନିଷର ଉଦ୍ଭାବନ କରେ।ସେହିଭଳି ଗୋଟେ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ର ବ୍ରାହ୍ମଣୀପାଳ ରେ।ସେ ଜଣେ ଆଦିବାସୀ ଯୁବକ ଏବଂ ତିଆରି କରିଛନ୍ତି ଏଟିଏମ୍ ପେଟ୍ରୋଲ ମେସିନ।

ଏଥିରେ ପଇସା ପୁରେଇଲେ ପେଟ୍ରୋଲ ବାହାରିବ।ସେ ଯୁବକ ଜଣକ ମାଟ୍ରିକ ପର୍ଯ୍ୟନ୍ତ ପାଠ ପଢ଼ିଛନ୍ତି।ଯେ ଯୁବକଙ୍କ ନାମ ହେଉଛି ଜିତେନ୍ଦ୍ର ମୁର୍ମୁ।ଖାସ୍ କରି ବ୍ରାହ୍ମଣୀପାଳ ରେ କୌଣସି ପେଟ୍ରୋଲ ପମ୍ପ ନାହିଁ।ଏବଂ ଜଣେ ଯଦି ଗାଡ଼ିରେ ତେଲ ପଳାଇବେ ତେବେ ତାଙ୍କୁ ପାଖାପାଖି ୨୦ କିଲୋମିଟର୍ ଆସିବାକୁ ପଡୁଥିଲା ପେଟ୍ରୋଲ ପକାଇବା ପାଇଁ।

ସେ ଚିନ୍ତା କଲେ କିଭଳି ଭାବରେ ଏଭଳି ସମସ୍ୟାରୁ ମୁକ୍ତି ପାଇବେ।ଏବଂ ତାଙ୍କୁ ୬ ମାସ ସମୟ ଲାଗିଲା ଏଭଳି ପେଟ୍ରୋଲ ଏଟିଏମ୍ ତିଆରି କରିବା ପାଇଁ।ବର୍ତ୍ତମାନ ପର୍ଯ୍ୟାୟରେ ୫୦ ଟଙ୍କା ଏବଂ ୧୦୦ ଟଙ୍କାରେ ପେଟ୍ରୋଲ ମିଳୁଛି।ଏଭଳି ଉଦ୍ଭାବନ କୁ ନେଇ ସ୍ଥାନୀୟ ଲୋକ ମଧ୍ୟ ଖୁସି ଅଛନ୍ତି।କାରଣ ସେମାନଙ୍କୁ ଆଉ ୨୦ କିଲୋମିଟର୍ ଯିବାକୁ ପଡୁନି।ଏହି ଅଟୋମେଟିକ୍ ପେଟ୍ରୋଲ ପମ୍ପ କୁ ନେଇ ବର୍ତ୍ତମାନ ଚାରିଆଡ଼େ ଚର୍ଚ୍ଚା ଜୋର ଧରିଛି।

Leave a Reply

Your email address will not be published. Required fields are marked *