ଆଜିଠୁ ବିଶ୍ୱ ପ୍ରସିଦ୍ଧ ଢେଙ୍କାନାଳ ର ଯୋରନ୍ଦା ମେଳା

ଢେଙ୍କାନାଳ ର ଅଲେଖ ମହିମା ଧର୍ମ ଗାଦି ପୀଠ ଯୋରନ୍ଦା ଠାରେ ଆଜି ଠାରୁ ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମେଳା ଆରମ୍ଭ ହେଇଛି I ବିଶ୍ୱ କଲ୍ୟାଣ ଉଦେଶ୍ୟ ରେ ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ଶୂନ୍ୟ ମନ୍ଦିର ଜୋରନ୍ଦାରେ ଆଜି ସନ୍ଧ୍ୟା ୫,୧୫ ମିନିଟ୍ ସମୟରେ ଅଖଣ୍ଡ ଝାଡ଼ବତୀ ଜଳାଯିବ Iଲକ୍ଷ ଲକ୍ଷ ଭକ୍ତ ଙ୍କ ସମାଗମ ହେବାକୁ ଥିବାରୁ ପ୍ରଶାସନ ଓ ସାଧୁ ସମାଜ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଛି ।
ଆସନ୍ତାକାଲି ମଙ୍ଗଳବାର ପୂର୍ଣ୍ଣିମାରେ ୪ଦ୍ୱାରରେ ଝାଡ଼ଦୀପ ଜଳାଯିବା ସହିତ ବିଶ୍ୱର ମଙ୍ଗଳ ପାଇଁ ଶୂନ୍ୟପ୍ରଭୁଙ୍କୁ ସମସ୍ତ ସାଧୁ ପ୍ରାଥନା କରିବେ I ଏହା ସହିତ ଯୋରନ୍ଦା ଗାଦି ମଣ୍ଡପ ରେ ମେଳା ସହିତ ବିଭିର୍ଣ୍ଣ ଯାତ୍ରା ପାର୍ଟି ର ଆସର ଜମିବାରେ ଲାଗିଛି I

Leave a Reply

Your email address will not be published. Required fields are marked *