ଫ୍ରିଜ୍ ରେ କେବେବି ଏହି 8ଟି ଜିନିଷ ରଖନ୍ତୁ,ଫ୍ରିଜ୍ ରୁ ବାହାର କରି ଖାଇବା ଦ୍ୱାରା ରୋଗ ମାଡି ଆସିବ

ଭୁଲ ରେ ଆଠଟି ଜିନିଷ ଫ୍ରିଜ୍ ରେ ରଖନ୍ତୁ ନାହିଁ I
ଆମେ ବଜାରରୁ ଜିନିଷ ଆଣି ଫ୍ରିଜ୍ ରେ ରଖିଦେଉ ଅଧିକ ଦିନ ସତେଜ ରହିବା ପାଇଁ କିନ୍ତୁ ଏମିତି କିଛି ଜିନିଷ ଅଛି ଯାହାକୁ ଫ୍ରିଜ୍ ରେ ରଖିଲେ ମଧ୍ୟ ଭଲ ରୁହେ ନାହିଁ Iଦେଖିବାକୁ ସତେଜ ଥିଲେ ମଧ୍ୟ ଏହାଦ୍ୱାରା ଅନେକ ରୋଗ ହେଇଥାଏ I 1.ସେଓ

:ଯଦି ସେଓକୁ ଫ୍ରିଜ୍ ରେ ରଖିବାକୁ ଚାହୁଁଛନ୍ତି ତାହେଲେ ସେଓକୁ କାଗଜରେ ଗୁଡାଇ ପରିବା ଥିବା ସେପେରେ ରଖନ୍ତୁ ଆଉ ମଂଜିଥିବା ଫଳ ଯେମିତି ଅଲୁବୁଖାର,ଚେରି ରଖନ୍ତୁ ନାହିଁ କାରଣ କମ ତାପମାତ୍ରା ଥୀବାଦ୍ୱାରା ସେଥିରୁ ଏଞ୍ଜାଇମ ସକ୍ରିୟ ହୁଏ ଯାହା ଫଳରେ ଫଳ ଖରାପ ହୋଇଯାଏ I ସେଥିପାଇଁ ଏହାକୁ ଫ୍ରିଜ୍ ରେ ରଖନ୍ତୁ ନାହିଁ I2.(Bread)ରୁଟି :

ବହୁତ ଲୋକଙ୍କ ଅଭ୍ୟାସ ଥାଏ ରୁଟିକୁ ଫ୍ରିଜ୍ ରେ ରଖିବାପାଇଁ ଓ ତାକୁ ବହୁଦିନ ପର୍ଯ୍ୟନ୍ତ ଖାଆନ୍ତି I ସେ ଭାବନ୍ତି ଫ୍ରିଜ୍ ରେ ରହିଲେ ରୁଟି ଭଲ ରହେ କିନ୍ତୁ ଲୋକମାନଙ୍କୁ ଜଣାନାହିଁକି ରୁଟି ଫ୍ରୀଜିରେ ରହିଲେ ଶୁଖିଯାଏ ଯାହା ଫଳରେକୀ ତାକୁ ଖାଇଲେ ଦେହ ଖରାପ ହୋଇଯାଏ I3.ମହୁ :ଅନେକ ଲୋକ ମହୁକୁ ଫ୍ରିଜ୍ ରେ ରଖିଥାନ୍ତି କିନ୍ତୁ ମହୁକୁ ଫ୍ରୀଜିରେ ରଖିବା ଭଲ ନୁହେ I କାରଣ ମହୁରୁ କ୍ରିଷ୍ଟାଲ ବାହାରେ ଯାହାଫଳରେକି ମହୁ ଖରାପ ହୋଇଯାଏ ସେଥିପାଇଁ ମହୁକୁ ଫ୍ରିଜ୍ ରେ ରଖିବା କଥା ନୁହେ I 4.ଅଲିଭ ତେଲ :ଅଲିଭ ତେଲକୁ କେବେବି ଭୁଲୁରେ ଫ୍ରିଜ୍ ରେ ରଖନ୍ତୁ ନାହିଁ କାରଣ କମ ତାପମାତ୍ରା ଯୋଗୁ ଅଲିଭ ତେଲ ସଙ୍ଘରିତ ହୋଇଯାଏ ଯେଉଁଥିରେ ତେଲ ବଟର ପରି ଗାଢ଼ ହୋଇଯାଏ I 5.ପିଆଜ :

ପିଆଜକୁ ସବୁବେଳେ ଶୁଖିଲା ଏବଂ ଅନ୍ଧାର ଜାଗାରେ ରଖିବା ଦରକାର କାରଣ ପିଆଜ ବହୁତ ନରମ ଥାଏ ଏହାକୁ ଫ୍ରୀଜିରେ ରଖିବାଦ୍ୱାରା ଏଥିରେ ଫିମ୍ପି ଲାଗିଯାଏ I
6.ଆଳୁ: ଆଳୁକୁ ଫ୍ରୀଜିରେ ରଖିବା ଭଲ ନୁହେ କାରଣ ଆଳୁକୁ ଥଣ୍ଡା ତାପମାତ୍ରାରେ ରଖିଲେ ଏଥିରେ ଥିବା ସ୍କ୍ରାଚ ସୁଗାର ବଦଳିଯାଏ ସେଥିପାଇଁ ଆଳୁକୁ ସବୁବେଳେ କମ ତାପମାତ୍ରା ଏବଂ ଅନ୍ଧାରରେ ରଖିବା ଦରକାର I 7.ଆଚାର:-

ଆଚାରରେ ଵିଵାକନ ଥିବାଦ୍ୱାରା ସେ ଅନ୍ୟ ଫଳ ନଷ୍ଟ କରିଦିଏ ସେଥିପାଇଁ ତାକୁ ରୁମ ତାପମାତ୍ରାରେ ରଖିବା ଦରକାର I8.କଦଳୀ : କଦଳୀକୁ ଫ୍ରୀଜିରେ ରଖନ୍ତୁ ନାହିଁ କାରଣ କଦଳୀର ମୂଳରୁ ଈଥାଲିନି ଗ୍ୟାସ ବାହାରିଥାଏ ଯାହାଫଳରେ ଅନ୍ୟ ଫଳ ସବୁ ନଷ୍ଟ କରିଦିଏ I

Leave a Reply

Your email address will not be published. Required fields are marked *