2ଟଙ୍କାରେ କେଜି ବିକିବୁ ପଛେ ଆମ ଯବାନ ଙ୍କୁ ମାରିଥିବା ପାକିସ୍ତାନ କୁ ଟମାଟୋ ଦେବୁନି :ଚାଷୀ

42ବୀରପୁତ୍ର ଙ୍କୁ ହରାଇ ସାରା ଦେଶ ଶୋକ ପାଳୁଥିବା ବେଳେ ସମସ୍ତଙ୍କ ମୁଁହରେ କେବଳ ଗୋଟିଏ କଥା ପାକିସ୍ତାନ ଠାରୁ ପ୍ରତିଶୋଧ I ସବୁଆଡେ ଜୋରଦାର ବିରୋଧ I ସବୁଆଡେ ପାକିସ୍ତାନ ବିରୋଧରେ ଜୋରଦାର ବିଦ୍ରୋହ I ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ କହିସାରିଛନ୍ତି ଯବାନଙ୍କ ବଳିଦାନ ବ୍ୟର୍ଥ ଯିବନି ଖୁବ ଶୀଘ୍ର କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ I

ତେବେ ପାକିସ୍ତାନ ବିରୋଧରେ ଭୀଷଣ ରାଗିକି ରହିଛନ୍ତି ମଧ୍ୟପ୍ରଦେଶ ଝାବୁଆ ଜିଲ୍ଲାର କୃଷକମାନେ I ନିଯେ ଫଳାଇଥିବା ଟମାଟୋ କୁ ପାକିସ୍ତାନ କୁ ନଦେବାକୁ ରୋକଠୋକ ମନା କରିଦେଇଛନ୍ତି I ଏଥିରେ ସେମାନଙ୍କର ବଡ଼ଧରଣ ର କ୍ଷତି ହେଲେ ମଧ୍ୟ ସେମାନେ କ୍ଷତି ସହିବେ ପଛେ କିନ୍ତୁ ପାକିସ୍ତାନ ପରି ଦେଶକୁ ପଠେଇବେନି ଯେଉଁମାନେ ଆତଙ୍କବାଦୀ କୁ ସମର୍ଥନ ଦେଇଛନ୍ତି I ତାଙ୍କ ଦେଶରୁ 41ଯବାନ ଙ୍କ ଜୀବନ ଛଡାଇନେଇଛନ୍ତି I

ସୂଚନା ଥାଉ କି ଝାବୁଆ ଜିଲ୍ଲା ଟମାଟୋ ପାଇଁ ପ୍ରସିଦ୍ଧ ଏବଂ ଏଠାରୁ ଫଳୁଥିବା ଟମାଟୋ ପାକିସ୍ତାନ କୁ ପଠାଯାଏ ଯାହାଦ୍ୱାରା ଭଲ ଲାଭ ମଧ୍ୟ ପାଇଥାନ୍ତି ଚାଷୀମାନେ I ତେବେ ଚାଷୀଙ୍କ ଏପରି ଗଭୀର ଦେଶ ପ୍ରେମ ପାଇଁ ସାରା ଅଞ୍ଚଳରେ ଚର୍ଚାର ବିଷୟ ପାଲଟିବା ବେଳେ ସବୁଆଡୁ ପ୍ରସଂଶା ର ସୁଅ ଛୁଟିବାରେ ଲାଗିଛି I

Leave a Reply

Your email address will not be published. Required fields are marked *