ଓଡ଼ିଆ ସହିଦ ଙ୍କ ଦାଦାଙ୍କୁ ଧକା ତଣ୍ଟିଆ ମାରି ସହିଦ ଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ବିଧାୟକ ଦେବାଶିଷ

ସାରା ଦେଶରେ ଥରିଉଠିଲା ସହିଦ ଙ୍କ ବଳିଦାନ ରେ I ଦେଶ ପାଇଁ ଜୀବନ ଦେଇଦେଲେ 42ଯବାନ I ସେଥିମଧ୍ୟରୁ ଦୁଇ ଓଡ଼ିଆ ପୁଅ ମଧ୍ୟ ଥିଲେ I ତେବେ ଓଡ଼ିଆ ସହିଦ ମନୋଜ ବେହେରାଙ୍କ ଅନ୍ତିମ କ୍ରିୟା ସମୟରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଦୃଶ୍ୟ Iପୁଅର ସହିଦ ରେ ପାଦତଳୁ ମାଟି ଖସିଯାଇଥିବା ଦାଦା ର ଆଖିରୁ ଝରି ପଡୁଥିଲା ଲୁହ I କଣ କରିବେ ଜାଣିପାରୁନଥିଲେ I ସାନ୍ତ୍ୱନା ଦେବାକୁ ମଧ୍ୟ ହଜାର ହଜାର ଲୋକଙ୍କ ସହ ନେତାଙ୍କ ଭିଡ ଜମିଥିଲା I ନେତାଙ୍କ ମଧ୍ୟରେ ମଧ୍ୟ କଟକ-ବାରବାଟୀ ବିଧାୟକ ଦେବାଶିଷ ସାମନ୍ତରାୟ ପହଞ୍ଚିଥିଲେ ସହିଦ ଙ୍କ ପରିବାରଙ୍କୁ ସାନ୍ତ୍ୱନା ଦେବାକୁ I ତେବେ ସାନ୍ତ୍ୱନା ବଦଳରେ ମିଳିଲା ଖାଲି ଅପମାନ Iକୌଣସି କାରଣରୁ କାନ୍ଦୁଥିବା ସହିଦ ଙ୍କ ଦାଦାଙ୍କୁ ଧକା ତଣ୍ଟିଆ ମାରି ଭିଡି ଆଣିଥିଲେ ବିଧାୟକ ଦେବାଶିଷ

I ଯାହାର କି ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଇଥିଲା I ଏହାକୁ ନେଇ ସବୁଆଡୁ ଅସନ୍ତୋଷ ଦେଖାଯିବା ସହିତ ବିଜେପି ପକ୍ଷରୁ ବିଧାୟକ ଦେବାଶିଷଙ୍କ କୁଶପୁତ୍ତଳିକା ପୋଡାଯାଇଛି I ତେବେ ଏହି ଘଟଣା ସମୟରେ ଦେବାଶିଷ ଙ୍କ ସହିତ ମନ୍ତ୍ରୀ ପ୍ରତାପ ଜେନା,ପ୍ରଭାତ ବିଶ୍ୱାଳ, ନିଆଳି ବିଧାୟକ ଡାକ୍ତର ପ୍ରମୋଦ ମଲ୍ଲିକ ମଧ୍ୟ ଉପସ୍ଥିତ ଥିବାର ଜଣାପଡିଛି I

ତେବେ ସହିଦ ଙ୍କ ପରିବାର ଙ୍କୁ ଏପରି ବ୍ୟବହାର ସବୁମହଲରୁ ତୀବ୍ର ନିନ୍ଦା କରାଯାଉଛି I

Leave a Reply

Your email address will not be published. Required fields are marked *