ପାକିସ୍ତାନ ଅଧିକାରୀଙ୍କ ସହ ହାତ ମିଳାଇଲେ ନାହିଁ ଭାରତୀୟ ଅଧିକାରୀ

42ବୀର ଯବାନ ଙ୍କୁ ହରାଇ ସାରା ଦେଶରେ ଶୋକ ଏବଂ କ୍ରୋଧ ବଢ଼ିଯାଇଥିବା ବେଳେ ଏବେ ସମସ୍ତଙ୍କ ମୁଁହରେ ଗୋଟିଏ କଥା ପ୍ରତିଶୋଧ I ବ୍ୟର୍ଥ ନଯାଉ 42ଯବାନ ଙ୍କ ବଳିଦାନ I ପାକିସ୍ତାନ କୁ ସବୁଦିଗରୁ ବିରୋଧ କରିବା ଆରମ୍ବ ହେଇଗଲାଣି I

ଏ କ୍ରମରେ ନେଦରଲାଣ୍ଡର ଦ ହେଗଠାରେ ଦେଖିବାକୁ ମିଳିଥିଲା ଭାରତ ଏବଂ ପାକିସ୍ତାନ ମଧ୍ୟରେ କେଉଁ ପରିମାଣରେ ତିକ୍ତତା ଅଛି I ସୂଚନା ଅନୁଯାଇ ଗତକାଲି କୁଳଭୂଷଣ ଯାଦବ ମାମଲାର ଶୁଣାଣି ପାଇଁ ଦ ହେଗଠାରେ ଭାରତର ବୈଦେଶିକ ମନ୍ତ୍ରାଳୟର ଯୁଗ୍ମ ସଚିବ ଦିପକ ମିତ୍ତଲ ଏବଂ ପାକିସ୍ତାନ ତରଫରୁ ଏଜି ଅନଓ୍ଵର ମନସୁର ଖାଁ ଉପସ୍ଥିତ ଥିଲେ I ପାକିସ୍ତାନୀ ଅଧିକାରୀ ଏଜି ଅନଓ୍ଵର ମନସୁର ଖାଁ ଦୀପକ ଙ୍କ ସହ ହାତ ମିଳାଇବାକୁ ହାତ ବଢ଼ାଇଥିବା ବେଳେ ଦୀପକ ମିତ୍ତଲ ହାତ ମିଳାଇ ନଥିଲେ I ସୌଜନ୍ୟତା ଦୃଷ୍ଟିରୁ ନମସ୍କାର କରିଥିଲେ ,ଏହାଦ୍ୱାରା ପାକିସ୍ତାନୀ ଅଧିକାରୀ ଜଣଙ୍କ ଅପମାନିତ ହେଇଥିଲେ I ଏହାକୁ ନେଇ ଏବେ ଅନ୍ତର୍ଜାତୀୟ ସ୍ତରରେ ଜୋରଦାର ଚର୍ଚା ହେଉଛି I

ସୂଚନା ଥାଉ କି ଭାରତୀୟ ନାଗରିକ କୁଳଭୂଷଣ ଯାଦବ ଙ୍କୁ ପାକିସ୍ତାନ ଜୋରଜବରଦସ୍ତ ଗିରଫ କରି ମୃତ୍ୟୁଦଣ୍ଡ ଶୁଣାଇ ଜେଲ ରେ ଭର୍ତି କରିଛି I ଏପରିକି କୁଳଭୂଷଣଙ୍କ ସହିତ କୌଣସି ଭାରତୀୟ ଙ୍କୁ ସାକ୍ଷାତ କରାଇଦିଆଯାଉନାହିଁ I ଯାହାକୁ ନେଇ ଭାରତ ପକ୍ଷରୁ ମାମଲା ଜାରି ରହିଛି I

Leave a Reply

Your email address will not be published. Required fields are marked *