୨୧ରେ ‘ଓଡ଼ିଶା ବନ୍ଦ’ ଗଡିବନି ଅଖଚକ :ବନ୍ଦ କୁ ବିଜେପି ର ସମର୍ଥନ I 22ରେ ମାଟ୍ରିକ ପରୀକ୍ଷା

ଚାଷୀଙ୍କୁ ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନ୍‌ସନ୍ ଦାବି କରି ଅଧା ବାଟରୁ ହାତ ଛାଡି ସୌମ୍ୟ ରଞ୍ଜନ ଚାଲିଯିବା ପରେ ନବନିର୍ମାଣ କୃଷକ ସଂଗଠନ ର ମଙ୍ଗ ସମ୍ଭାଳିଥିଲେ ସଂଯୋଜକ ଅକ୍ଷୟ Iଚାଷୀଙ୍କ ସ୍ୱାର୍ଥ ପାଇଁ ବାରମ୍ବାର ଭୁବନେଶ୍ୱର ରେ ଧାରଣା ଦେଉଥିଲେ ମଧ୍ୟ ,ସଭାମଞ୍ଚ ରୁ ନେତାଙ୍କୁ ପୋଲିସ ଉଠାଇନେବା ସହିତ ସଭାକୁ ଭଂଡୁର କରିବାକୁ ଚାଷୀମାନଙ୍କୁ ଅଧାବାଟରେ ଅଟକ ରଖାଯାଉଥିବା ର ବହୁ ନଜିର ରହିଛି I ଏନେଇ ବାରମ୍ବାର ନବନିର୍ମାଣ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ ପ୍ରତିକ୍ରିୟା ରଖିଛନ୍ତି କି ଚାଷୀଙ୍କୁ କାହିଁକି ଭୁବନେଶ୍ୱର ମନା ??

ଯଦି ଚାଷୀଙ୍କୁ ଭୁବନେଶ୍ୱର ମନା ତେବେ ନେତାଙ୍କୁ ମଧ୍ୟ ଗାଁ ମନା I ଗାଁରେ ନେତାଙ୍କୁ ପୁରାଇଦିଆଯିବ ନାହିଁ Iଚାଷୀଙ୍କ ଅଧିକାର ପାଇଁ ନବନିର୍ମାଣ ସଂଗଠନ ତରଫରୁ ଆସନ୍ତା ୨୧ ତାରିଖ ଗୁରୁବାର ଦିନ ‘ଓଡ଼ିଶା ବନ୍ଦ’ ଡାକରା ଦିଆଯାଇଛି। ବନ୍ଦ କରିବାକୁ ଜୋରଦାର ଉଦ୍ୟମ ଚାଲିଥିବା ବେଳେ 22ତାରିଖ ରେ ମାଟ୍ରିକ ପରୀକ୍ଷା I ତେଣୁ ବନ୍ଦ ରୁ ଓହରିଯିବା ପାଇଁ ରାଜ୍ୟ ସରକାର ଙ୍କ ତରଫରୁ ଅନୁରୋଧ କରାଯାଇଥିବା ବେଳେ ଚାଷୀ ସଂଗଠନ ଏହାକୁ ଶୁଣି ନାହାନ୍ତି I ଏ ନେଇ ଅକ୍ଷୟ କୁମାର ପ୍ରତିକ୍ରିୟା ରଖିଛନ୍ତି ଯେ ତାଙ୍କୁ କୌଣସି ଅନୁରୋଧ କରାଯାଇନି I

ଯେହେତୁ ମାଟ୍ରିକ ପରୀକ୍ଷା 22ରେ ହେଉଛି ତେଣୁ ପରୀକ୍ଷା ସହ ଜଡିତ ଗାଡି ,ଆମ୍ବୁଲାନ୍ସ ,ଏବଂ ଜରୁରୀକାଳୀନ କାର୍ଯ୍ୟରେ ରେ ନିୟୋଜିତ ସେବାକୁ କୌଣସି ବି ଜାଗାରେ ଅଟକା ଯିବ ନାହିଁ I ଅନ୍ୟପକ୍ଷ ରେ ବିଜେପି ମଧ୍ୟ ଓଡିଶା ବନ୍ଦ କୁ ସମର୍ଥନ କରିଛି I

ଏନେଇ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ପ୍ରତିକ୍ରିୟା ରଖିଛନ୍ତି ଯେ ପ୍ରତିବାଦ କରିବା ଅଧିକାର ସମସ୍ତଙ୍କର ଅଛି ,କିନ୍ତୁ ଯେଉଁଭଳି ଭାବରେ ଚାଷୀଙ୍କୁ ଅଣଦେଖା କରାଯାଉଛି ,ରାଜ୍ୟ ସରକାର ଙ୍କ ଚାଷୀ ବିରୋଧୀ ଏବଂ ଏକଛତ୍ରବାଦ ମାନସିକତା କୁ ବିରୋଧ କରି ବିଜେପି ତରଫରୁ ବନ୍ଦ କୁ ସମର୍ଥନ ଦିଆଯିବ I

Leave a Reply

Your email address will not be published. Required fields are marked *