ବିଦ୍ୟାଳୟ ରେ ନାଗୀନ ନାଚରେ ନାଚିଲେ ପ୍ରଧାନଶିକ୍ଷକ

ବିଦ୍ୟାଳୟ ହେଉଛି ଏକ ପବିତ୍ର ଗୃହ ଯେଉଁଠି ପିଲାମାନଙ୍କ ଭବିଷ୍ୟତ ର ମୂଳଦୁଆ ପଡିଥାଏ I ବିଦ୍ୟାଳୟ ରେ ଥିବା ଶିକ୍ଷକ ମାନଙ୍କ ପ୍ରତି ସମସ୍ତଙ୍କର ଶ୍ରଦ୍ଧା ଏବଂ ଭକ୍ତି ରହିଥାଏ I ଶିକ୍ଷକ ମାନଙ୍କୁ ଆଦର୍ଶବାଦୀ ହେବା ଦରକାର ତେବେ ସୁନ୍ଦରଗଡ ଜିଲ୍ଲାର ହେମଗିରି ବ୍ଲକ କନିକା ବିଦ୍ୟାଳୟ ରେ ଦେଖିବାକୁ ମିଳିଛି ଏକ ଏମିତି ଦୃଶ୍ୟ ଯାହାକି ସେହି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଙ୍କ ପ୍ରତି ସମସ୍ତଙ୍କ କ୍ରୋଧ ବଢ଼ିବାରେ ଲାଗିଛି I ମିଳିଥିବା ସୂଚନା ଅନୁଯାଇ ବିଦ୍ୟାଳୟ ର ଏକ ଉତ୍ସବ ରେ ଛାତ୍ର ଛାତ୍ରୀ ଙ୍କ ସହିତ ପ୍ରଧାନ ଶିକ୍ଷକ ନାଚିଥିଲେ I

ତେବେ ନାଚ ଟା ଧୀରେ ଧୀରେ ନାଗୀନ ନାଚ ଆଡକୁ ବଦଳିଥିଲା I ନାଗୀନ ନାଚରେ ପୁରା ମନଖୋଲି ନାଚିଥିଲେ ପ୍ରଧାନଶିକ୍ଷକ I ଏହାକୁ ନେଇ ଏବେ ସ୍ଥାନୀୟ ଅଭିଭାବକ ଙ୍କ ଭିତରେ ପ୍ରବଳ ଅସନ୍ତୋଷ ଦେଖାଯିବାରେ ଲାଗିଛି I ଅଭିଯୋଗ ହେଉଛି କି ପ୍ରଧାନଶିକ୍ଷକ ଜଣଙ୍କ ପ୍ରବଳ ମାତ୍ରାରେ ମଦ୍ୟପାନ କରି ବିଦ୍ୟାଳୟ କୁ ଆସିଥିଲେ ଏବଂ ନାଗୀନ ଡ୍ୟାନ୍ସ କରିଥିଲେ I

ତେବେ ଘଟଣାକୁ ପ୍ରଧାନ ଶିକ୍ଷକ ଖଣ୍ଡନ କରିବା ସହିତ କେବଳ ଛାତ୍ର ଛାତ୍ରୀ ଅନୁରୋଧ କରିବାରୁ ସେ ଟିକେ ନାଚିଦେଇଥିଲେ I ଏଥିରେ ତାଙ୍କର କିଛି ଦୋଷ ନାହିଁ I ଅପରପକ୍ଷରେ ଜିଲ୍ଲା ଶିକ୍ଷାଧିକାରୀ ଘଟଣାରେ ହସ୍ତକ୍ଷେପ କରି ପ୍ରଧାନଶିକ୍ଷକ ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଚିଠି ଲେଖିଛନ୍ତି I

Leave a Reply

Your email address will not be published. Required fields are marked *