ବିନା କୌଣସି ଯାଂଚରେ ସହିଦ ମନୋଜ ଙ୍କ ପରିବାରକୁ ବୀମା ରାଶି ଦେଲା ଏସବିଆଇ

ଆତଙ୍କବାଦୀଙ୍କ ଆକ୍ରମଣରେ ସହିଦ ହେଇ ସାରାଦେଶର ଲୋକଙ୍କ ଆଖିରେ ଲୁହ ବୁହାଇଦେଇଥିବା ବୀର ସହିଦ ମାନଙ୍କୁ ସବୁ ମହଲରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଥିବା ବେଳେ ଅଭିନବ ଉପାୟରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ସହିଦ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲା I ସମସ୍ତ ସହିଦ ମାନଙ୍କୁ ଋଣଛାଡ କରିଥିବା ବେଳେ ଆଜି ଓଡ଼ିଶାରେ ସହିଦ ହେଇଥିବା ବୀର ଓଡ଼ିଆ ପୁଅ ସହିଦ ମନୋଜ ବେହେରାଙ୍କୁ ନିଆରା ଉପାୟରେ ଶ୍ରଦ୍ଧାଞ୍ଜଳି ଦେଇଛି ବ୍ୟାଙ୍କ I

ସାଧାରଣତଃ ବ୍ୟାଙ୍କ କଥା ଆପଣ ଜାଣିଥିବେ କୌଣସି ବି କାର୍ଯ୍ୟ ରେ ବ୍ୟାଙ୍କ ଗଲେ କେତେ ଧାଁ,ଧପଡ଼ କରିବାକୁ ହୁଏ I ପୁରା ଟିକିନିକି ଯାଞ୍ଚ ହୁଏ I ତେବେ ଏସବିଆଇ ବିନା କୌଣସି ଯାଞ୍ଚ ଏବଂ ତନଖି ନକରି ସହିଦ ମନୋଜଙ୍କ ୩ଲକ୍ଷ ୧୭ହଜାର ୪୦୦ ଟଙ୍କାର ବୀମା ରାଶି ତାଙ୍କ ପରିବାରକୁ ଦେଇଛନ୍ତି I ଯାହାକି ଏବେ ସମଗ୍ର ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି I ଏବଂ ବ୍ୟାଙ୍କ କର୍ତ୍ତୃପକ୍ଷ ଙ୍କ ବଦାନ୍ୟତା ପାଇଁ ସମସ୍ତେ ଧନ୍ୟବାଦ ଦେଉଛନ୍ତି I

Leave a Reply

Your email address will not be published. Required fields are marked *